ରାଜ୍ୟ ସ୍ପେଶାଲ ରିପୋର୍ଟ

ଡ୍ରଇଂରେ ଅଳ୍ପ ପାସ୍, ବହୁତ ଫେଲ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାଉରକେଲା : ହକି ବିଶ୍ବକପ୍ ପାଇଁ ରାଉରକେଲା ସହରର କାନ୍ଥ ଓ ପାଚେରିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ, ଜ୍ଞାନବିଜ୍ଞାନ, ସ୍ବାଧୀନତା ସଂଗ୍ରାମୀ ତଥା ହକି ଖେଳାଳିଙ୍କ ଚିତ୍ର ସବୁ ଝଲସୁଛି। ଭୁବନେଶ୍ବରରେ ମଧ୍ୟ ଏପରି କରାଯାଇଛି। ତେବେ,ଫରକ୍‌ ରହିଛି ଚିତ୍ରର ମାନରେ। ରାଉରକେଲା​ରେ ଅଳ୍ପ କିଛି ଅଞ୍ଚଳକୁ ଛାଡ଼ିଦେଲେ ବାକି ସ୍ଥାନରେ ଅର୍ଥହୀନ ଓ ପିଲାଳିଆ ଛବି ହିଁ ଅଙ୍କାଯାଇଛି। ଏହାକୁ ଦେଖି ଭୁବନେଶ୍ବରରୁ ଆସିଥିବା ଜଣେ ହକିପ୍ରେମୀ ମନ୍ତବ୍ୟ ଦେଲେ, ‘ରାଉରକେଲାରେ ଡ୍ରଇଂରେ ଅଳ୍ପ ପାସ୍, ବହୁତ ଫେଲ୍‌। ’ ତାଙ୍କ ମନ୍ତବ୍ୟର ଯୁକ୍ତି ରହିଛି।

ସୂଚନା ଅନୁସାରେ, ଯେତିକି ଚିତ୍ର ଅଙ୍କା ଯାଇଛି ତନ୍ମଧ୍ୟରୁ ଏକପ୍ରକାର ଚିତ୍ରର ବେଶ୍ ଆଲୋଚନା ହେଉଛି। ତା’ହେଉଛି ଅଙ୍କା ଯାଇଥିବା ହକି ଖେଳାଳିଙ୍କ ଚିତ୍ର। କହିବା ଅନାବଶ୍ୟକ ଓଡ଼ିଶାର ଅନ୍ତର୍ଜାତୀୟ ହକି ଖେଳାଳି କହିଲେ ସୁନ୍ଦରଗଡ଼ର ଖେଳାଳିଙ୍କୁ ବୁଝାଏ। ଅର୍ଥାତ୍ ସେମାନେ ଏଠାକାର ସ୍ଥାନୀୟ ଖେଳାଳି। ବିଶ୍ବକପ୍ ମ୍ୟାଚ୍‌ ଦେଖିବା ପାଇଁ ଓ ଅନ୍ୟାନ୍ୟ କାମରେ ପ୍ରତିଦିନ ଖେଳାଳିଙ୍କ ପରିବାର, ସାଙ୍ଗସାଥି ଓ ଗାଁର ଲୋକ ରାଉରକେଲା ଆସୁଛନ୍ତି। ସେମାନେ ଅତି ଆଗ୍ରହର ସହିତ କାନ୍ଥରେ ଅଙ୍କା ଯାଇଥିବା ନିଜ ପ୍ରିୟ ଓ ପରିଚିତ ଖେଳାଳିଙ୍କ ଛବିକୁ ଦେଖୁଛନ୍ତି। ଅଳ୍ପ କିଛି ଛବିକୁ ଛାଡ଼ିଦେଲେ କ୍ବଚିତ୍‌ ଛବି ଖେଳାଳିଙ୍କ ଚେହେରା ଭଳି ହୋଇଛି ବୋଲି ସେମାନେ କହୁଛନ୍ତି। ଏ ମାମଲାରେ ଭୁବନେଶ୍ବରରେ ଅଙ୍କା ଯାଇଥିବା ଚିତ୍ରସବୁ ଏଠା ଚିତ୍ର ଅପେକ୍ଷା ଢେର୍‌ ଆଗରେ ରହିଛି। ସ୍ଥାନୀୟ କର୍ତ୍ତୃପକ୍ଷ ରାଉରକେଲାରେ ତରବରିଆ ଭାବେ କାମସାରି ଦେବାକୁ ଚେଷ୍ଟା କରିଥିବାରୁ ଏପରି ହୋଇଛି ବୋଲି ଆଲୋଚନା ହେଉଛି।

ରାଉରକେଲାର ବିଭିନ୍ନ ଅଞ୍ଚଳରେ ପାଚେରି ଓ କାନ୍ଥରେ ଚିତ୍ର କରିବା ପାଇଁ ପ୍ରାୟ ୮ କୋଟି ବା’ ତା’ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କୁହାଯାଉଛି। ୧୨ଟି ଠିକାସଂସ୍ଥାକୁ ଏହି କାମ ବାଣ୍ଟି ଦିଆଯାଇଛି। କଟକ ଓ ଭୁବନେଶ୍ବରର ୨୦୦ରୁ ଅଧିକ କଳାକାର ଏହି ଛବିଗୁଡ଼ିକୁ ଆଙ୍କିଛନ୍ତି। ରାଉରକେଲା ମହାନଗର ନିଗମ (ଆରଏମ୍‌ସି) ଠିକାସଂସ୍ଥାଙ୍କୁ ଫୁଟ୍ ପିଛା ୭୦ ଟଙ୍କା ଲେଖାଏଁ ଦେଇଥିବାର ସୂଚନା ମିଳିଛି। ତେବେ, ଏତେଗୁଡ଼ିଏ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଆବଶ୍ୟକ ଯୋଜନା ଅଭାବରୁ କାନ୍ଥ ପାଚେରି ଅନେକ ସ୍ଥାନରେ ଅର୍ଥହୀନ ଛବିରେ ଭର୍ତ୍ତି ହୋଇଯାଇଛି। ମନେ ହେଉଛି, ସ୍ଥାନଟିକୁ କେବଳ ରଙ୍ଗରେ ଯେମିତି ସେମିତି ଭରିବା ହିଁ ମୁଖ୍ୟ ଲକ୍ଷ୍ୟ ରହିଛି!
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।