ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଓଡ଼ିଆ ଧାବିକା ତଥା ଅଲିମ୍ପିଆନ୍ ଦୂତି ଚାନ୍ଦ୍ଙ୍କ କ୍ୟାରିଅରରେ ନୂଆ ମୋଡ଼ ଆସିଛି। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଦୂତି ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଡୋପ୍ ଟେଷ୍ଟରେ ସେ ଧରାପଡ଼ିଛନ୍ତି। ନାଡା (ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି) ପକ୍ଷରୁ ତାଙ୍କୁ ନିଷିଦ୍ଧ ଔଷଧ ସେବନ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୂତିଙ୍କ ‘ଏ’ ନମୁନା ପଜିଟିଭ୍ ବାହାରିଥିବାରୁ ତାଙ୍କୁ ଏବେ ନିଲମ୍ବିତ କରାଯାଇଛି। ତାଙ୍କୁ ୨ ରୁ ୪ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇପାରେ। ଫଳରେ ଦୂତିଙ୍କ କ୍ୟାରିଅର ଶେଷ ହୋଇଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି।
ନାଡା ପକ୍ଷରୁ ଗତ ଡିସେମ୍ବର ୫ ତାରିଖରେ ଭୁବନେଶ୍ବରଠାରୁ ଦୂତିଙ୍କ ମୂତ୍ର ନମୁନା ସଂଗ୍ରହ କରାଯାଇଥିଲା। ଜାତୀୟ ଡୋପ୍ ଟେଷ୍ଟିଂ ଲାବୋରେଟୋରିରେ ପରୀକ୍ଷା ପରେ ସାର୍ମ୍ସ (ସିଲେକ୍ଟିଭ୍ ଆଣ୍ଡ୍ରୋଜେନ୍ ରିସେପ୍ଟର ମଡୁଲେଟର୍ସ) ପଜିଟିଭ୍ ଆସିଥିବା ଜଣାପଡ଼ିଥିଲା। ସାର୍ମ୍ସ ଏକ ସପ୍ଲିମେଣ୍ଟ ଯାହା ମାଂସପେଶୀ ବୃଦ୍ଧି ଓ ଶକ୍ତିବୃଦ୍ଧିରେ ସହାୟକ ହୋଇଥାଏ। ଏପରିକି ଏହାକୁ ଚର୍ବି ହ୍ରାସ କରି ଷ୍ଟାମିନା ବଢାଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଦୂତିଙ୍କ ନମୁନାରୁ ସାର୍ମ୍ସ ଅଧୀନରେ ଆସୁଥିବା ଆଣ୍ଡାରିନ୍, ଓଷ୍ଟାରିନ୍, ଲିଗାଣ୍ଡ୍ରୋଲ୍ ଇତ୍ୟାଦି ସେବନ କରିଥିବା ଜଣାପଡ଼ିଥିଲା। ଏସଂପର୍କରେ ନାଡା ପକ୍ଷରୁ ଦୂତିଙ୍କ ନିକଟକୁ ଜାନୁଆରି ୩ ତାରିଖରୁ ଚିଠି ପଠାଯାଇଛି ଏବଂ ୱାଡା ନିୟମ ଅନୁସାରେ ‘ବି’ ନମୁନା ପରୀକ୍ଷା ପାଇଁ ୭ ଦିନ ସମୟ ଦିଆଯାଇଥିଲା। ଏହି ଅବଧି ମଧ୍ୟ ପାର୍ ହୋଇଯାଇଛି।
କିନ୍ତୁ ଦୂତି ଏହି ନିଲମ୍ବନ ସଂପର୍କରେ କିଛି ଜାଣି ନଥିବା ସୂଚନା ଦେଇଛନ୍ତି।
ତାଙ୍କ ମତରେ, ଜଣେ ଆନ୍ତର୍ଜାତିକ ସ୍ତରର କ୍ରୀଡ଼ାବିତ୍ ହୋଇଥିବାରୁ ଯେକୌଣସି ସମୟରେ ନାଡା ତାଙ୍କ ନମୁନା ସଂଗ୍ରହ କରିପାରିବ। ତେଣୁ ଯେଉଁ ନମୁନା ସଂଗ୍ରହ କରାଯାଇଛି ତାହାର ରିପୋର୍ଟ ସେ ପାଇନାହାନ୍ତି। ହୁଏତ ଇ-ମେଲ୍ରେ ରିପୋର୍ଟ ଆସିଥାଇପାରେ। ତେବେ ବିଶ୍ବ ଦୌଡ଼କୁଦ ମହାସଂଘ ଦ୍ବାରା ତାଙ୍କୁ ନିଲମ୍ବନ କରାଯିବା ଘଟଣା କିଛି ନୂଆ ନୁହେଁ। ୨୦୧୪ରେ ମାତ୍ରାଧିକ ଟେଷ୍ଟୋଷ୍ଟିରୋନ୍ ହରମୋନ୍ ପାଇଁ ତାଙ୍କୁ ଆନ୍ତର୍ଜାତିକ ମହାସଂଘ ଦ୍ବାରା ବାସନ୍ଦ କରାଯାଇଥିଲା। ତେବେ ଦୀର୍ଘ ଦିନ ଲଢିବା ପରେ ଦୂତି ଏହି ମାମଲାରେ ବିଜୟୀ ହୋଇଥିଲେ। କିନ୍ତୁ ଏବେ ନାଡା ପକ୍ଷରୁ ତାଙ୍କୁ ନିଷିଦ୍ଧ ଔଷଧ ସେବନ ମାମଲାରେ ଦୋଷୀ କରିଥିବାରୁ ଯଦି ଦୂତି ଏହା ବିରୋଧରେ ଆବେଦନ ନକରନ୍ତି ତାହେଲେ ପାଖାପାଖି ୪ ବର୍ଷ ବାସନ୍ଦ ହୋଇପାରନ୍ତି। ଅନ୍ୟପକ୍ଷରେ ଯଦି ନିଜ ଭୁଲ ସ୍ବୀକାର କରିନିଅନ୍ତି, ତାହେଲେ ବି ୨ ବର୍ଷ ପର୍ଯ୍ୟନ୍ତ ବାସନ୍ଦାଦେଶ ହୋଇପାରେ। ଯାହାଫଳରେ ସେ ଆଉ କୌଣସି ଜାତୀୟ କିମ୍ବା ଆନ୍ତର୍ଜାତିକ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେନି। ତେଣୁ ସ୍ବତଃ ଭାବେ ସେ ପରବର୍ତ୍ତୀ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ଭଳି ସ୍ଥିତି ସୃଷ୍ଟି ହୋଇଛି।
ଦୂତି ୧୦୦ ମିଟର ଦୌଡ଼ରେ ଜାତୀୟ କୀର୍ତ୍ତିମାନ ବହନ କରୁଛନ୍ତି। ୨୦୨୧ରେ ପତିଆଲାରେ ଶେଷ ହୋଇଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି-୬ରେ ସେ ୧୧.୧୭ ସେକେଣ୍ଡ ସମୟ ନେଇ ଏହି କୀର୍ତ୍ତିମାନ କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ୧୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିଥିଲେ ବି ପ୍ରାରମ୍ଭିକ ରାଉଣ୍ଡରୁ ବିଦା ହୋଇଥିଲେ। ପରେ ୨୦୧୮ ଏସୀୟ କ୍ରୀଡ଼ାରେ ସେ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ। ଗତ ବର୍ଷ ଏକ ଘରୋଇ ଟିଭି ଚ୍ୟାନେଲ୍ର ନୃତ୍ୟ ଭିତ୍ତିକ ରିଅଲିଟି କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରି ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l