ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡୋନେସ୍କ, ଲୁହାନସ୍କରେ ଜୋରଦାର ଆକ୍ରମଣ: ହସ୍ପିଟାଲ୍‌ ଉପରେ ବୋମାବର୍ଷା, ୨ ମୃତ

କିବ୍‌: ପୂର୍ବ ୟୁକ୍ରେନର ଡୋନେସ୍କ ଏବଂ ଲୁହାନସ୍କରେ ରୁଷ୍‌ ଏହାର ଆକ୍ରମଣ ଜୋରଦାର କରିଛି। ଉଭୟ ଡୋନେସ୍କ ଏବଂ ଲୁହାନସ୍କରେ ସାମରିକ ଏବଂ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ରୁଷ୍‌ ଭୟଙ୍କର ଆକ୍ରମଣ କରିଛି। ଓଡ଼େଶା ଏବଂ ମାଇକୋଲେବ୍‌ରେ ରୁଷ୍‌ ମିସାଇଲ୍‌ ମାଡ଼ କରୁଛି। ମାଇକୋଲେବରେ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ରୁଷ୍‌ ଭୟଙ୍କର ଆକ୍ରମଣ କରିଛି। ପୂର୍ବ ଲୁହାନସ୍କ ଅଞ୍ଚଳର ଜଣେ ୟୁକ୍ରେନ୍‌ ସାମରିକ କମାଣ୍ଡର କହିଛନ୍ତି ଯେ ଭେରୋଡୋନେସ୍କରେ ଏକ ହସ୍ପିଟାଲ୍‌ ଉପରେ ରୁଷ୍‌ର ବିମାନ ଆକ୍ରମଣ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଛନ୍ତି।

ଅନ୍ୟପକ୍ଷେ ରୁଷ୍‌ ଆଜି କହିଛି ଏହା ୟୁକ୍ରେନ୍‌ର ୩ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛି। ୟୁକ୍ରେନ୍‌ର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍‌ରୁ ରୁଷ୍‌ ସେନା ହଟିଯାଇଛନ୍ତି ଏବଂ ୟୁକ୍ରେନ୍‌ ଖାରକିଭରୁ ହରାଇ ଦେଇଥିବା ଅଞ୍ଚଳକୁ ପୁଣି ନିଜ ଦଖଲକୁ ଆଣୁଛି ବୋଲି କୁହାଯାଉଛି। ଖାରକିଭ୍‌କୁ ସୁରକ୍ଷା ଦେବାପାଇଁ ୟୁକ୍ରେନ୍‌ ସୈନିକ ଖାରକିଭ୍‌ ସ୍ଥିତ ରୁଷ୍‌ ସୀମାରେ ପହଞ୍ଚି ସାରିଛନ୍ତି ବୋଲି ଖାରକିଭ ଆଞ୍ଚଳିକ ଗଭର୍ଣ୍ଣର କହିଛନ୍ତି। ମାରିୟୁପୋଲ୍‌ର ଆଜବଷ୍ଟଲ୍‌ ଷ୍ଟିଲ ପ୍ଲାଣ୍ଟ୍‌ ଉପରେ ମଧ୍ୟ ରୁଷ୍‌ ଆକ୍ରମଣ ଜୋରଦାର କରିଛି। ଗୋଟିଏ ପଟେ ଆଜବ‌ଷ୍ଟଲ୍‌ରେ ଆକ୍ରମଣ ଜାରି ରଖିଥିଲେ ସୁଦ୍ଧା ଆଜବଷ୍ଟଲ୍‌ରେ ଲୁଚି ରହିଥିବା କିଛି ଆହତ ସୈନିକଙ୍କ ଉଦ୍ଧାର ଆରମ୍ଭ ହୋଇଛି ବୋଲି ରୁଷ୍‌ କହିଛି। ଆଜବଷ୍ଟଲ୍‌ରେ ଆଜି ଯୁଦ୍ଧବିରତି କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ