ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଡୋନାଲ୍ଡ ଟ୍ରମ୍ଫଙ୍କ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି ସଞ୍ଜୁ ବାବା, ଜାଣନ୍ତୁ କାହିଁକି…

ମୁମ୍ଵାଇ ୨୯।୦୯: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ। ନିଜର ସୁନ୍ଦର ଅଭିନୟ ଯୋଗୁଁ ଦର୍ଶକଙ୍କ ହୃଦୟ ଜିତି ଥାଆନ୍ତି। ତାଙ୍କ ଭିଲେନ୍‌ ଭୂମିକା ପାଇଁ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ସଞ୍ଜୟଙ୍କ ଜୀବନରେ ଏକ ବାୟୋପିକ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ରଣବୀର କପୁର ମୁଖ୍ୟ ଭୂମିକାରେ ଥିଲେ। ହେଲେ ବର୍ତ୍ତମାନ ସଞ୍ଜୟ ଜଣଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଛନ୍ତି। ଏନେଇ ସେ ନିଜେ ଦି କପିଲ ଶର୍ମା ଶୋ’ରେ ଖୁଲାସା କରିଛନ୍ତି।

ବାସ୍ତବରେ ସଞ୍ଜୟ ତାଙ୍କର ଏକ ଫିଲ୍ମର ପ୍ରମୋସନ ପାଇଁ ଦି କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ଏହି ସମୟରେ କପିଲ ସଞ୍ଜୟ ଦତ୍ତଙ୍କୁ ପଚାରିଥିଲେ ଯେ ଯଦି ସେ କୌଣସି ବ୍ୟକ୍ତିଙ୍କ ବାୟୋପିକ୍ କରିବାକୁ ଚାହାଁନ୍ତି, ତେବେ ସେ କାହାକ ଉପରେ କରିବେ। ଏହାର ଉତ୍ତରରେ ସଞ୍ଜୁ ବାବା କୁହନ୍ତି- ଯଦି କରିବି ତାହାଲେ ଡ୍ରୋନଲ୍ଡ ଟ୍ରମ୍ଫଙ୍କ ଉପରେ କରିବାକୁ ଚାହେଁ । କାହିଁକି ନା ସେ ଜଣେ ବିନ୍ଦାସ ସ୍ଵଭାବର ବ୍ୟକ୍ତି। ସିନେମାରେ କ୍ୟାରିୟରରେ ସଞ୍ଜୟ ଅନେକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଦି କପିଲ ଶର୍ମା ଶୋ’ ୧୦ ସେପ୍ଟେମ୍ବରରୁ ପ୍ରତ୍ୟେକ ଶନିବାର- ରବିବାର ରାତି ୯.୩୦ ରେ ସୋନି ଟିଭିରେ ପ୍ରସାରିତ ହେଉଛି। ଏଥର କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ, ଚନ୍ଦନ ପ୍ରଭାକର, ଶ୍ରୀସ୍ତି ରୋଡେ ଏବଂ କୃଷ୍ଣ ଅଭିଷେକଙ୍କ ସହ ଆହୁରି କିଛି କଳାକାରଙ୍କୁ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ