ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଡେସ୍କଟପରେ କରିପାରିବେ ଭଏସ୍ ଓ ଭିଡିଓ କଲ୍: ଖୁବ ଶୀଘ୍ର ନୂଆ ଫିଚର୍ ଲଞ୍ଚ୍ କରିବ ହ୍ୱାଟ୍ସଆପ୍

ନୂଆଦିଲ୍ଲୀ ୧୯/୧୨ : ଫେସବୁକ୍ ମାଲିକାନା କମ୍ପାନୀ ହ୍ୱାଟ୍ସଆପ୍ ଖୁବ ଶୀଘ୍ର ଡେସ୍କଟପ ପାଇଁ ଭଏସ ଓ ଭିଡିଓ କଲିଂ ଫିଚର ଲଞ୍ଚ କରିପାରେ। କମ୍ପାନୀ ବହୁ ଦିନ ହେଲା ଏହି ଫିଚର୍ସର ଟେଷ୍ଟିଙ୍ଗ କରୁଛି। କମ୍ପାନୀ ଖୁବ ଶୀଘ୍ର ୟୁଜର୍ସଙ୍କ ପାଇଁ ଏହି ଫିଚର୍ ରୋଲଆଉଟ୍ କରିପାରେ। WABetaInfo ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପର ଭଏସ୍ ଓ ଭିଡିଓ କଲିଂ ଫିଚର୍ ବର୍ତ୍ତମାନ ବିଟାରେ ଉପଲବ୍ଧ ଯେଉଁଠାରେ ଏହାର ଟେଷ୍ଟିଙ୍ଗ୍ କରାଯାଉଛି।

ହ୍ୱାଟ୍ସଆପର ଡେସ୍କଟପ୍ ଭଏସ୍ ଓ କଲିଂ ଫିଚର୍ ଲଞ୍ଚ୍ ହେବାପରେ ଏହାର ମୁକାବିଲା ସିଧା ସଳଖ ଜୁମ୍, ଗୁଗଲ୍ ମିଟ୍ ଓ ମାଇକ୍ରୋସଫ୍ଟ ଟିମ୍ସ ଆପ୍ ସହ ହେବ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ଫିଚର୍ ଆସିବାପରେ ହ୍ୱାଟ୍ସଆପ୍ ବାକି ସବୁ ଆପକୁ ପଛରେ ପକାଇଦେବ। କାରଣ ହ୍ୱାଟ୍ସଆପରେ ଭିଡିଓ କିମ୍ବା ଅଡିଓ କଲ୍ ପାଇଁ ଅନ୍ୟ କୌଣସି ଆପ୍ ଖୋଲିବାର ଆବଶ୍ୟକତା ପଡିବ ନାହିଁ। ଅପରପକ୍ଷରେ ଭଏସ୍ ଏବଂ ଭିଡିଓ କଲ୍ ପାଇଁ ଜୁମ୍, ଗୁଗୁଲ୍ ମିଟ୍ ଏବଂ ମାଇକ୍ରୋସଫ୍ଟ ଆପଗୁଡିକ ବାରମ୍ବାର ଖୋଲିବାକୁ ପଡିଥାଏ।

ଏହି ଫିଚର୍ସ ରୋଲଆଉଟ୍ ହେବାପରେ ଆପଣ ଡେସ୍କଟପରେ ହ୍ୱାଟ୍ସଆପ୍ ଖୋଲିଲେ ଆପଣମାନଙ୍କୁ ଏକ ୱିଣ୍ଡୋ ପପ୍ ଅପ୍ ଦେଖାଯିବ। କଲ୍ କରିବାକୁ ୟୁଜର୍ସଙ୍କୁ ଚାଟ୍ ଓପନ୍ କରି ଡାହାଣ ପଟେ ଉପରକୁ ଥିବା ଭଏସ୍ କିମ୍ବା ଭିଡିଓ କଲ୍ ଅପ୍ସନ୍ ଚୟନ କରିବାକୁ ହେବ। ମୋବାଇଲ ଆପରେ ଯେଉଁଭଳି ଭଏସ୍ ଓ ଭିଡିଓ କଲ୍ କରାଯାଏ ଏହା ଠିକ୍ ସେହିଭଳି। ବହୁ ଦିନ ହେଲା ହ୍ୱାଟ୍ସଆପରେ ଭଏସ୍ ଓ ଭିଡିଓ କଲ୍ ସୁବିଧା ଦାବି କରୁଛନ୍ତି ୟୁଜର୍ସ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି