ଭୁବନେଶ୍ୱର ୨୧।୦୬: ଭୁବନେଶ୍ବର ଡେଲ୍ଟା ଛକରେ ସ୍କର୍ପିଓ ପୋଡି ଘଟଣା । ୪ ଜଣଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।
ଖବର ଅନୁଯାୟୀ, ସୋମବାର ରାତିରେ ଡେଲଟା ଛକଗାଡି ଭଙ୍ଗାରୁଜା ସହ ଗଣ୍ଡଗୋଳ ହୋଇଥିଲା । ଏଥିର ଗାଡି ଗାଡ଼ି ଜାଳି ଦେଇଥିଲେ କିଛି ଯୁବକ । ଅକ୍ଷୟ ନାୟକଙ୍କ ଗାଡି ଚଲାଉଥିବା ଯୁବକଙ୍କୁ ତାର ବକେୟା ଟଙ୍କା ନଦେଉ ଥିବାରୁ ଏଭଳି କାଣ୍ଡ ଘଟାଇଥିବା ସୂଚନା । ଏବେ ଏହି ଘଟଣାରେ ଆକ୍ସନ ନେଇ ପୋଲିସ । ଚାରିଜଣଙ୍କୁ ଅଟକ ରଖିଛି ପଚରାଉଚରା କରୁଛି । ତେବେ ଡେଲଟା ଛକ ସ୍କର୍ପିଓ ପୋଡି ଘଟଣାରେ KBN ଗ୍ରୁପର କିଛି ସଦସ୍ୟ ଥିବା ମଧ୍ୟ ସୂଚନା ମିଳିଛି।
ସେପଟେ ଡେଲ୍ଟା ଛକରେ ଦୋକାନ କରି ଅଭିଯୁକ୍ତମାନେ ନିଜର ପ୍ରାଦୁର୍ଭାବ ବିସ୍ତାର କରୁଥିଲେ । ଯାହାକୁ ନେଇ ଆକ୍ସନକୁ ଆସିଛି ପୋଲିସ । ଛକରେ ଥିବା ଦୋକାନକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ ।