ରାଜ୍ୟ

ଡେଙ୍ଗୁ ବଢ଼ିବା ପଛରେ କୋଭିଡ୍‌! ୧୮ ଜିଲ୍ଲାକୁ ମାଡ଼ିଲାଣି

ଭୁବନେଶ୍ବର : ରାଜଧାନୀ ସମେତ ରାଜ୍ୟବ୍ୟାପୀ ଏବେ ଡେଙ୍ଗୁ ମାଡ଼ିବାକୁ ଆରମ୍ଭ କଲାଣି। ଜୁଲାଇ ମାସ ଆରମ୍ଭରୁ ରାଜ୍ୟର ୧୮ଟି ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ବିଶେଷକରି ଭୁବନେଶ୍ବର ଡେଙ୍ଗୁ ଆକ୍ରାନ୍ତଙ୍କ ହଟ୍‌ସ୍ପଟ୍‌ ପାଲଟିଛି। ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଜ୍ୟରେ ଡେଙ୍ଗୁ ଜ୍ବରରେ କମ୍ପିବା ଆଶଙ୍କା କରାଯାଉଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଚଳିତମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି। ତହିଁରୁ ୧୯୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାର ୧୦୫ ରୋଗୀ ରହିଛନ୍ତି। ଗତକାଲି ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତହିଁରୁ ୯ଜଣ କେବଳ ଖୋର୍ଧା ଜିଲ୍ଲାର ରହିଥିଲେ। ଖୋର୍ଧା ବାଦ୍ ଯାଜପୁର ୧୨, କଟକ ୧୧, ବାଲେଶ୍ବର-ପୁରୀରେ ୧୦ ଲେଖାଏ ଓ ଭଦ୍ରକରୁ ୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଏହି ସମୟରେ ୬୧୨୫ ନମୁନା ପରୀକ୍ଷା ହୋଇଥିଲା ଓ ୩୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ତହିଁରୁ ଖୋର୍ଧା ଜିଲ୍ଲାରୁ କେବଳ ୯୩ଜଣ ରହିଥିଲେ।

India.com

ବିଶେଷଜ୍ଞଙ୍କ ମତରେ ଗତ ୨-୩ବର୍ଷ ଧରି ରାଜଧାନୀ ତଥା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବା ପଛରେ ମୁଖ୍ୟ କାରଣ ହେଉଛି କୋଭିଡ୍‌। କୋଭିଡ୍‌ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପାଇଁ ପାର୍କଠାରୁ ଆରମ୍ଭ କରି ଗାଡ଼ି, ଡଷ୍ଟବିନ୍, ପାଣି ଟାଙ୍କି ଓ ଅନ୍ୟାନ୍ୟ ସ୍ଥାନ ଠିକ୍ ସମୟରେ ସଫା ହୋଇପାରି ନ ଥିଲା। ଡେଙ୍ଗୁ ଜ୍ବର ଏଡିସ୍‌ ମଶା କାମୁଡ଼ିବା ଦ୍ବାରା ବ୍ୟାପିଥାଏ। ସାଧାରଣତଃ ଏହି ମଶା ସକାଳ ଓ ସଂଧ୍ୟା ସମୟରେ କାମୁଡ଼ିଥାନ୍ତି। ସ୍ବଚ୍ଛ ପାଣିରେ ବଂଶ ବିସ୍ତାର କରିଥାଏ। ଏଡିସ୍‌ ମଶାର ଅଣ୍ଡା ୧-୨ବର୍ଷ ପାଇଁ ସତେଜ ରହିଥାଏ। କଠିନ ବର୍ଜ୍ୟବସ୍ତୁ ସହିତ ଏଡିସ୍‌ ମଶାର ଅଣ୍ଡା ଲାଗି ରହିଥାଏ। ବର୍ଷା ଋତୁ ଆସିବା ପରେ ପାଣି ବାଜିବା ଅଣ୍ଡାରୁ ଛୁଆ ବାହାରି ଲୋକଙ୍କୁ କାମୁଡ଼ିଥାନ୍ତି। ତେଣୁ ଲୋକମାନେ ନିଜ ଆଖପାରେ ଥିବା ଅଳିଆ ଅାବର୍ଜନାକୁ ତୁରନ୍ତ ସଫା କରିବା ଉଚିତ୍।

Shutterstock

ସହରରେ ଲୋକଙ୍କ ଚଳପ୍ରଚଳ ଅଧିକ ଥିବା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛନ୍ତି। ଏହାସହ ସହରରେ ଲୋକମାନେ ଛାତ ଉପରେ ଫୁଲ କୁଣ୍ଡ ରଖୁଛନ୍ତି। ଏବେ କେତେକ ସଂସ୍ଥା ପଶୁମାନଙ୍କ ଖାଇବା ଓ ପାଣି ପିଇବା ପାଇଁ ଲୋକଙ୍କ ଘର ଆଗରେ କୁଣ୍ଡ ରଖୁଛନ୍ତି। ଏସବୁ କୁଣ୍ଡ ପ୍ରତି ୭ ଦିନରେ ଥରେ ସଫା ହେବାର ଆବଶ୍ୟକ। ମାତ୍ର ଏହା ହେଉନାହିଁ। ସକାଳ ଓ ସଂଧ୍ୟା‌ ଭ୍ରମଣରେ ଯାଉଥିଲେ ଶରୀରକୁ ସଂପୂର୍ଣ୍ଣ ଆଚ୍ଛାଦିତ କରୁଥିବା ପୋଷାକ ପିନ୍ଧିବା ଲାଗି ଜରୁରୀ। ବିଶେଷକରି ସଫେଇ, ଚାଷ କାମ ଓ ଅନ୍ୟ କାମ କରିବା ସମୟରେ ଏଭଳି ସତର୍କତା ରଖିବା ଆବଶ୍ୟକ। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ୯୦ ଭାଗ ଭୂମିକା ଜନସାଧାରଣଙ୍କର। କାରଣ ଲୋକମାନେ ସଚେତନ ନ ହେଲେ ସରକାର ଯେତେ‌ ଚେଷ୍ଟା କଲେ ମଧ୍ୟ ଡେଙ୍ଗୁ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ବିଶେଷଜ୍ଞମାନେ ‌ମତପ୍ରକାଶ କରିଛନ୍ତି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିଥାଏ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ୍‌ ସଂଖ୍ୟା ଅଧିକ ଓ ପଜିଟିଭ ସଂଖ୍ୟା ବହୁତ କମ୍ ରହିଛି। ଡେଙ୍ଗୁ ଜ୍ବର ଚିହ୍ନଟ ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସମତେ ୪୦ଟି ସ୍ଥାନରେ ପରୀକ୍ଷା କରାଯାଉଛି। ରୋଗୀଙ୍କ ଚିକିତ୍ସା ପାଇଁ ସବୁ ଡାକ୍ତରଖାନାରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯାଇଥିବା ଡା.ମିଶ୍ର କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।