ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ

ନୂଆଦିଲ୍ଲୀ ୨୬/୧୧ : ଦେଶରେ କରୋନା ମାମଲା ପୁଣିଥରେ ବୃଦ୍ଧି ପାଇଛି। ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (DGCA) ଭାରତରେ ବ୍ୟବସାୟିକ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି। ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ଡିସେମ୍ବର ୩୧ ତାରିଖ ଯାଏଁ ରୋକ ଲଗାଯାଇଛି। ଡିସେମ୍ବର ୩୧ ତାରିଖ ଯାଏଁ ବ୍ୟବସାୟିକ ଅନ୍ତରାଷ୍ଟ୍ରୀୟ ବିମାନ ଭାରତ ବାହାରକୁ ଯିବନି କି ଅନ୍ୟ ଦେଶରୁ ଭାରତକୁ ଆସିବନି।

ଏହି ସମୟ ମଧ୍ୟରେ ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଖାସ ବିମାନ ଚଳାଚଳ ଜାରି ରହିବ। ଏହା ପୂର୍ବରୁ DGCA ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ନଭେମ୍ବର ୩୦ ତାରିଖ ଯାଏଁ ରୋକ ଲଗାଇବାକୁ ଆଦେଶ ଦେଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି। କରୋନା ସଂକ୍ରମଣ ରୋକିବାକୁ ସେତେବେଳେ ଘରୋଇ ବିମାନ ସେବା ମଧ୍ୟ ବନ୍ଦ କରାଯାଇଥିଲା। ମେ’ ୨୫ ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହୋଇଥିଲା। ମେ’ ମାସରୁ ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏବଂ ଜୁଲାଇରୁ ଦ୍ବିପକ୍ଷୀୟ ଏୟାର ବବଲ ବ୍ୟବସ୍ଥା ଅନ୍ତର୍ଗତ କିଛି ଦେଶ ପାଇଁ ବିଶେଷ ଅନ୍ତରାଷ୍ଟ୍ରୀୟ ବିମାନ ସେବା ପରିଚାଳନ ହେଉଛି। ଭାରତ ପାଖାପାଖି ୧୮ଟି ଦେଶ ସହ ଏୟାର ବବଲ ଚୁକ୍ତି କରିଛି।

ମେ ୭ ତାରିଖରୁ ବନ୍ଦେ ଭାରତ ମିଶନ ଆରମ୍ଭ ହେବାପରେ ଅକ୍ଟୋବର ୨୯ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଭାରତୀୟ ଅନ୍ୟ ଦେଶମାନଙ୍କୁ ଫେରିଛନ୍ତି। ୧ ଅକ୍ଟୋବରରୁ ଆରମ୍ଭ ହୋଇଥିବା ମିଶନର ସପ୍ତମ ପର୍ଯ୍ୟାୟ ଅନ୍ତର୍ଗତ ଚଳିତ ମାସ ଶେଷ ସୁଦ୍ଧା ୨୪ଟି ଦେଶରୁ ୧୦୫୭ଟି ଅନ୍ତରାଷ୍ଟ୍ରୀୟ ବିମାନ ସଞ୍ଚାଳନ କରାଯାଇଛି। ଏହି ମିଶନ ଅନୁସାରେ ୧.୯୫ ଲକ୍ଷ ଲୋକଙ୍କୁ ଭାରତକୁ ଆସିଥିବା ଅନୁମାନ କରାଯାଇଛି।

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୯୨ ଲକ୍ଷ ୬୬ ହଜାର ୭୦୬ରେ ପହଞ୍ଚିଛି। ସଂକ୍ରମଣରେ ୧ ଲକ୍ଷ ୩୫ ହଜାର ୨୩୩ ଜଣ ପ୍ରାଣ ହରାଇଛନ୍ତି। ୮୬ ଲକ୍ଷ ୭୯ ହଜାର ୧୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ବର୍ତ୍ତମାନ ଦେଶରେ ୪ ଲକ୍ଷ ୫୨ ହଜାର ୩୪୪ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। ଦେଶରେ ବର୍ତ୍ତମାନ ୨୦ ରାଜ୍ୟରେ ଆକ୍ଟିଭ ମାମଲା ପୁଣି ବଢିଛି। ଏଥିରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଆଦି ସାମିଲ ଅଛି।

ଦୁନିଆର ୨୧୮ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ କୋଟି ପାର କରିସାରିଛି। ଗତ ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି। ଅପରପକ୍ଷରେ ରେକର୍ଡ ସଂଖ୍ୟକ ୧୨ ହଜାର କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି। ଏହାପରେ ମେକ୍ସିକୋ, ଇଟାଲୀ, ବ୍ରିଟେନ, ପୋଲାଣ୍ଡ ବ୍ରାଜିଲ, ଭାରତ, ଋଷ, ଇରାନ ରହିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ