ପର୍ଯ୍ୟଟନ ରାଜ୍ୟ

ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନର ସବୁଠାରୁ ବଡ଼ ଆକର୍ଷଣ ବେଳାଭୁମି ମହୋତ୍ସବ ‘ଇକୋ-ରିଟ୍ରିଟ୍’ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ବେଳାଭୂମି ମହୋତ୍ସବ ଇକୋ-ରିଟ୍ରିଟ୍ ।
ଗତ ୨ ବଷ ମଧ୍ୟରେ ଇକୋ-ରିଟ୍ରିଟର ସଫଳତାକୁ ଦେଖି ଚଳିତ ବର୍ଷ ଏହାକୁ ଅଧିକ ସଂପ୍ରସାରିତ କରିବାକୁ ଯୋଜନା କରାଯାଇଛି । ଗତବର୍ଷ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି ଓ ହୀରାକୁଦ ଆଦି ସ୍ଥାନରେ ଇକୋ-ରିଟ୍ରିଟର ଆୟୋଜନ କରାଯାଇଥିବା ବେଳେ ଚଳିତବର୍ଷ ଆଉ ୨ଟି ସ୍ଥାନ ଗଞ୍ଜାମ ଜିଲ୍ଲାର ପତି ସୋନପୁର ବେଳାଭୂମି ଏବଂ କୋରାପୁଟର ପାହାଡ଼ ପାଦଦେଶରେ ଥିବା ପୁଟସିଲରେ ଏଥର ଇକୋ ରିଟ୍ରିଟ୍ ର ଆୟୋଜନ କରାଯିବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି । ଅନ୍ୟପଟେ ଇକୋ-ରିଟ୍ରିଟକୁ ଅଧିକ ଚଳଚଞ୍ଚଳ ଓ ଉପଯୋଗୀ କରିବାକୁ ଇକୋ-ରିଟ୍ରିଟରେ ବିଭିନ୍ନ ସମ୍ମିଳନୀ, କାର୍ଯ୍ୟକ୍ରମ ଆଦି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ