ଦେଶ ବିଦେଶ ମନୋରଞ୍ଜନ

ଡିସେମ୍ବର ପହିଲାରେ ଆଦିତ୍ୟଙ୍କ ବିବାହ

୧୧ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ଶ୍ୱେତା ଅଗ୍ରୱାଲ। ଆସନ୍ତା ୧ ତାରିଖ ଦିନ ବିବାହ କରିବେ ଆଦିତ୍ୟ। କରୋନା କଟକଣା ଯୋଗୁଁ କେବଳ ୫୦ଜଣ ଘନିଷ୍ଠ ଲୋକଙ୍କୁ ନେଇ ମନ୍ଦିରରେ ତାଙ୍କ ବିବାହ ସମ୍ପନ୍ନ ହେବ।

ଆଦିତ୍ୟ କହିଛନ୍ତି, ତାଙ୍କ ବିବାହ ଉତ୍ସବ ଅତି ସାଧାରଣରେ ସଂପନ୍ନ ହେବ। ବିବାହରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। କେବଳ ଘର ଲୋକ, ସାଙ୍ଗ, ସମ୍ପର୍କୀୟ ଓ ସଙ୍ଗୀତ ଦୁନିଆର ଘନିଷ୍ଠ ସହଯୋଗୀମାନେ ଯୋଗ ଦେବେ। ଚଳିତ ବର୍ଷ ଅକ୍ଟୋବରରେ ଶ୍ବେତାଙ୍କ ସହ ନିଜ ସମ୍ପର୍କକୁ ଆଦିତ୍ୟ ସାର୍ବଜୀବନ କରିଥିଲେ। ଆଜି ଇନ୍‌ଷ୍ଟାଗ୍ରାମ୍‌ରେ ଭାବିପତ୍ନୀ ଶ୍ବେତାଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, ଆମେ ବିବାହ କରିବାକୁ ଯାଉଛୁ। ୧୧ ବର୍ଷ ପୂର୍ବେ ମୁଁ ଶ୍ବେତାଙ୍କୁ ଖୋଜି ପାଇବାରେ ସଫଳ ହୋଇଥିଲି। ତାଙ୍କୁ ଜୀବନସାଥୀ ରୂପେ ପାଇବା ମୋ ସୌଭାଗ୍ୟ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ