ମନୋରଞ୍ଜନ

ଡିଜିଟାଲ୍ ପ୍ଲାଟଫର୍ମକୁ ଫେରିଲେ ଇଶା ଦେଓଲ: ଅଜୟ ଦେବଗନଙ୍କ ସହ ରୁଦ୍ରରେ କରିବେ ଡେବ୍ୟୁ

ମୁମ୍ବାଇ ୦୮/୦୭: ଦୀର୍ଘ ଦିନର ବ୍ରେକ୍ ପରେ ପୁଣି ଥରେ ଗ୍ଲାମର ଦୁନିଆକୁ ଫେରିଛନ୍ତି ବଲିଉଡ୍ ଅଭିନେତ୍ରୀ ଇଶା ଦେଓଲ। କ୍ୟାମେରାକୁ ସାମ୍ନା କରିବେ ଡ୍ରିମଗାର୍ଲଙ୍କ ଝିଅ ଇଶା ଦେଓଲ । କିନ୍ତୁ ଏଥର ବଡ ପରାକୁ ନୁହେଁ ଡିଜିଟାଲ ପ୍ଲାଟଫର୍ମରେ ଆସି ନିଜର ଜଲୱା ଦେଖାଇବେ । ଅଜୟ ଦେବଗନଙ୍କ ପ୍ରଥମ ୱେବ ସିରିଜ ‘ରୁଦ୍ର ଦି ଏଜ ଅଫ ଡାର୍କନେସ୍’ରେ ଇଶାଙ୍କୁ ଅଜୟଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମ ଡିଜନି ହଟଷ୍ଟାରେ ରିଲିଜ ହେବ। ଇଶା ବଲିଉଡରୁ ଗାୟବ ହୋଇଯାଇଥିଲେ କିନ୍ତୁ ଏବେ ଏହି ୱେବ ସିରିଜ୍ ମାଧ୍ୟମରେ ପୁଣି ଥରେ ଫେରିଛନ୍ତି। ସେ ଏହାକୁ ନେଇ ଖୁବ୍ ଉତ୍ସାହିତ ଥୀବା ଜଣାପଡୁଛି । ଏନେଇ ଇଶା କହିଛନ୍ତି କି ଜଣେ ଅଭିନେତ୍ରୀ ଭାବେ ସେ ଏପରି ପ୍ରୋଜେକ୍ଟରେ କାମ କରିବାକୁ ପସନ୍ଦ କରନ୍ତି । ଡିଜିଟାଲର ଡେବ୍ୟୁରୁ କିଛି ନୂଆ ଶିଖିବାର ସୁଯୋଗ ମିଳିବ ବୋଲି କହିଛନ୍ତି ଇଶା ।

ଖବର ଅନୁଯାୟୀ, ଏହି ୱେବସିରିଜ୍ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହାର ଶୁଟିଂ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ କରାଯିବ। ଏହି ସିରିଜ୍ ଟି ବ୍ରିଟିଶ୍ ସାଇକୋଲୋଜିକାଲ କ୍ରାଇମ ଡ୍ରାମା ସିରିଜ୍ ‘ଲୁଥର୍’ର ହିନ୍ଦୀ ରିମେକ୍ ଅଟେ । ଏହି ସିରିଜରେ ଇଦ୍ରିସ୍ ଏଲବା ଲୁଥରର ଭୂମିକାରେ ଅଭିନୟ କରିଥିବାବେଳେ ହିନ୍ଦୀ ରିମେକରେ ଅଜୟ ଦେବଗନ ଏହି ଭୂମିକାରେ ନଜର ଆସିବେ। ଏପର୍ଯ୍ୟନ୍ତ ଏହି ସିରିଜର ପାଞ୍ଚଟି ସିଜିନ୍ ଆସି ସାରିଛି। ଯାହାକି ଲୋକଙ୍କ ଠାରୁ ବହୁତ ପ୍ରଶଂସା ପାଇଛି । ପୂର୍ବରୁ ଅଜୟ ପ୍ରଡ୍ୟୁସର ହିସାବରେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରି ସାରିଥିବା ବେଳେ ଏଥର ନିଜ ଆକ୍ସନର ଜଲୱା ଦେଖାଇବେ । ଏହା ପୂର୍ବରୁ ଅଜୟଙ୍କ ପ୍ରଡକ୍ସନ ହାଉସ୍ର ଫିଲ୍ମ ‘ତ୍ରିଭଙ୍ଗ’ ଓ ‘ଦି ବିଗ୍ ବୁଲ୍’ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇ ସାରିଛି।

ଅଭିନେତ୍ରୀ ଇଶା ଦେଓଲ ତାଙ୍କ ପୋଷ୍ଟ କହିଛନ୍ତି, ଆଗାମୀ ୱେବ୍ ସିରିଜ୍ ‘ରୁଦ୍ର ଦି ଏଜ ଅଫ ଡାର୍କନେସ୍ ରେ ଅଜୟ ଦେବଗନଙ୍କ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି। ଦୀର୍ଘ ସମୟ ପରେ ଅଜୟଙ୍କ ସହ କାମ କରିବାର ଏକ ବଡ ଅନୁଭୁତି ହେବ। ତାଙ୍କ ସହ ପୂର୍ବରୁ ଅନେକ ଫିଲ୍ମରେ କାମ କରିସାରିଛନ୍ତି। ଇଶାଙ୍କର ବଲିଉଡରେ ପ୍ରଥମ ଡେବ୍ୟୁ ‘କୋଇ ମେରେ ଦିଲ ସେ ପୁଛୋ’ ଥିଲା। କିନ୍ତୁ ଏହି ଫିଲ୍ମଟି ଅଧିକ ସଫଳତା ପାଇ ନଥିଲା। ଏହାପରେ ସେ କ୍ୟା ଦିଲ ନେ କାହା, ଧୁମ୍ , ନା ତୁମ ଜାନୋନା ହମ ଓ ୟୁବା ଭଳି ଫିଲ୍ମରେ କାମ କରଥିଲେ । କିନ୍ତୁ ସେ ମା ହେମାମାଲିନୀ , ବାପା ଧର୍ମେନ୍ଦ୍ର ଓ ଭାଇ ସନ୍ନି ଦେଓଲ ପରି ହିଟ ହୋଇପାରିଲେ ନାହିଁ । କିନ୍ତୁ ଏଥର ନିଜର ଅଭିନୟ ଜରିଆରେ କିଭଳି ଦର୍ଶକଙ୍କୁ ଆକୃଷ୍ଟ କରିବେ ତାହା ଜଣାପଡିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ