ରାଜ୍ୟ

ଡିଓପିଟି ଚିଠି ଉପରେ ମୁଖ୍ୟ ସଚିବ କାହିଁକି ପଦକ୍ଷେପ ନେଉନାହାନ୍ତି: ବିଜେପି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ନେଇ କେନ୍ଦ୍ରର ଡିଓପିଟି ବିଭାଗରୁ ଅଭିଯୋଗ ପତ୍ର ଆସିବା ପରେ ବି ମୁଖ୍ୟ ସଚିବ କ’ଣ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବି‌େଜପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ପ୍ରଶ୍ନ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯଦି ବିଭିନ୍ନ ଅଞ୍ଚଳକୁ ଯାଇ ଜିଲ୍ଲାର ବିକାଶ ଓ ସମସ୍ୟା ବୁଝିବେ ତା’ହେଲେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚଙ୍କ ଭୂମିକା କ’ଣ? ସେମାନଙ୍କ କାମ କ’ଣ ବ୍ୟକ୍ତିଗତ ସଚିବଙ୍କ ଗସ୍ତର ପୂର୍ବ ପ୍ରସ୍ତୁତି କରିବା, ଚେୟାର ପକାଇବା ସହ ମଞ୍ଚ ବାନ୍ଧିବା? ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଉତ୍ତର ରଖିବେ କି? ଏବେ ବିଜେଡିର ମନ୍ତ୍ରୀ, ସାଂସଦ, ବିଧାୟକ କ’ଣ ଅଣଦେଖା ଓ ଅଦରକାରୀ ହୋଇପଡ଼ିଛନ୍ତି କି? ଯେଉଁଥିପାଇଁ ବ୍ୟକ୍ତିଗତ ସଚିବ ସ୍ୱତନ୍ତ୍ର ବିମାନ ଓ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲାକୁ ଯାଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ସଭା ସମିତି ନାଁରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏହା ପିସି ଟଙ୍କା ବୋଲି ଚର୍ଚ୍ଚା ହେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସେହିପରି କିଛିଦିନ ତଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏସମ୍ପର୍କରେ ଡିଓପିଟିରେ ଗୋଟିଏ ଅଭିଯୋଗ କରିଥିଲେ, ଯାହାର ଚିଠି ମୁଖ୍ୟ ସଚିବଙ୍କ ପାଖରେ ପହଞ୍ଚିଛି। ଅନୁରୂପ ଭାବେ ସେ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟକଳାପ ବାବଦରେ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଦୁଇଟି ଅଭିଯୋଗ ପତ୍ର ଡିଓପିଟିକୁ ଅବଗତ କରାଇଥିଲେ। ତାହାର ଉତ୍ତର ମଧ୍ୟ ମୁଖ୍ୟ ସଚିବ ଓ ତାଙ୍କ ପାଖକୁ ଆସିଛି। ଅନ୍ୟ ଦଳର ନେତୃବୃନ୍ଦ ଏ ସମ୍ପର୍କରେ ଅଭିଯୋଗ ଦେଇଛନ୍ତି ଓ ତାଙ୍କ ଅଭିଯୋଗ ଆଧାରରେ ରାଜ୍ୟ ସରକାରଙ୍କ ପାଖକୁ ସେ ପତ୍ରର ପ୍ରତ୍ୟୁତ୍ତର ମଧ୍ୟ ଆସିଥାଇପାରେ। ଏ ସବୁ ପତ୍ର ଆସିବା ପରେ ମୁଖ୍ୟ ସଚିବଙ୍କ ପାଖରୁ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାରଙ୍କ ପାଖକୁ ଯାଇଛି ବୋଲି ଆମ ପାଖରେ ଖବର ଅଛି। ହେଲେ ସୁରେନ୍ଦ୍ର କୁମାର ଏ ପର୍ଯ୍ୟନ୍ତ ସେହି ଚିଠି ଗୁଡ଼ିକୁ କେବଳ ନିଜ ପାଖରେ ରଖି ଆତ୍ମସନ୍ତୋଷ ଲାଭ କରୁଛନ୍ତି। ହେଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେଷ୍ଟା କରୁନାହାନ୍ତି। ସର୍ବଭାରତୀୟ ସେବା ନିୟମ ଅନୁସାରେ ଅଧିକାଂଶ କ୍ଷେତ୍ରରେ ଏଭଳି ଅଭିଯୋଗ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ଯାହାକୁ ଓଡ଼ିଶା ସରକାର ଅଣଦେଖା କରୁଥିବାରୁ ରାଜ୍ୟ ପାଇଁ ବଡ଼ ବିପଦକୁ ଆମନ୍ତ୍ରଣ କଲା ଭଳି ଲାଗୁଛି । ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ରହସ୍ୟଜନକ ନିରବତା ଭାଙ୍ଗି ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ‌େର ଦଳର ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।