ରାଜ୍ୟ ସ୍ପେଶାଲ ରିପୋର୍ଟ

ଡିଏନ୍‌ ଗ୍ରୁପ୍‌ରେ ଆଇଟି ଚଢ଼ଉକୁ ନେଇ ବୟାନବାଜି

ଭୁବନେଶ୍ବର : ଡିଏନ୍‌ ଗ୍ରୁପ୍‌ରେ ଆଇଟି ଚଢ଼ଉକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ବିଜେପି କହିଛି ଯେ ଓଡ଼ିଶାରେ ଯେତେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବା ବ୍ୟବସାୟୀ ଧରାପଡ଼ୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ ଅଛି ବୋଲି ସାମ୍‌ନାକୁ ଆସୁଛି। ଲୋକ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମ୍‌ଓକୁ ‘କରପସନ୍ ମୋବିଲାଇଜେସନ୍ ଅଫିସ’ ଭାବୁଛନ୍ତି। ଏପଟେ ବିଜେପିର ଏହି ଅଭିଯୋଗର ଜବାବ୍ ଦେଇ ବିଜେଡି କହିଛି ଯେ ସ୍ପର୍ଶକତାର ମାମଲାରେ ମିଥ୍ୟା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ। ଡିଏନ୍‌ ଗ୍ରୁପ୍‌ ଉପରେ ଆଇଟି ଚଢ଼ଉକୁ ନେଇ ବିଜେପି ଡାର୍ଟି ପଲିଟିକ୍ସ କରୁଛି।

ସିଏମ୍‌ଓକୁ ଟାର୍ଗେଟ କଲା ବିଜେପି
ଏତେ ଟଙ୍କା କେଉଁଠୁ ଆସିଲା: କଂଗ୍ରେସ
ବିଜେପି ଡାର୍ଟି ପଲିଟିକ୍ସ କରୁଛି: ବି‌ଜେଡି

ଗୁରୁବାର ଦିନ ବି‌ଜେପି ମୁଖପାତ୍ର ଅନିଲ ବିଶ୍ବାଳ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଏବେ ଆୟକର ବିଭାଗ ଦ୍ୱାରା ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ କଳା ଟଙ୍କା ଜବତ ହୋଇଥିବା ଡିଏନ୍‌ ଗ୍ରୁପ୍‌ର ମୁଖ୍ୟ ଜଗଦୀଶ ନାୟକଙ୍କର ମୁଖ୍ୟମନ୍ତ୍ରୀଙ୍କ ସହିତ ସମ୍ପର୍କ ବ୍ୟକ୍ତିଗତ ସ୍ତରର। ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟାବସାୟିକ ଉତ୍ସବରେ ଯୋଗ ଦେଉଥିଲେ। ସାଥୀରେ ତାଙ୍କୁ ଜାପାନ ନେଇଥିଲେ। ଏହି କମ୍ପାନି ମାଧ୍ୟମରେ ଅଣଓଡ଼ିଆ ଆଇଏଏସ୍‌ଙ୍କ କଳା ଟଙ୍କା ଧଳା ହେଉଥିଲା। ବିଜେଡି ନେତା ଓ ବିଧାୟକଙ୍କର ବି ମନି ଲଣ୍ଡ୍ରିଂ ମାଧ୍ୟମ ସାଜିଥିଲା। କେବଳ ଜଗଦୀଶ ନୁହନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କର ନିବିଡ଼ ସମ୍ପର୍କ। ଯାହାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ୫କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଜବତ କରିଥିଲା। ପୂର୍ବରୁ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଜଣେ ବନ ଅଧିକାରୀ ଅଭୟ ପାଠକଙ୍କ ପରିବାରର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବାଧ ପ୍ରବେଶ ଥିଲା। ଓଡ଼ିଶା ଦେଶର ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ ହୋଇଥିବାବେଳେ ଅଧିକାଂଶ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଂପୃକ୍ତ ରହିଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

wikidata.org

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଗଣମାଧ୍ୟମକୁ କହିଛନ୍ତି ଯେ ଏତେ ଟଙ୍କା କେଉଁଠୁ ଆସିଲା। ଲୋକ କହୁଛନ୍ତି, ଜବତ ହୋଇଥିବା କୋଟି କୋଟି ଟଙ୍କା ବଡ଼ ବଡ଼ ଅଫିସର ଓ ଶାସକ ଦଳର। ନିର୍ବାଚନରେ ଖଟେଇବା ପାଇଁ ଏ ଟଙ୍କା ରଖାଯାଇଥିଲା।

The News Insight

ଏହାର ଜବାବ୍ ଦେଇ ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି, ଓଡ଼ିଶାରେ କୌଣସି ସ୍ପର୍ଶକତାର ଅପରାଧ ଘଟିଲେ ଅଥବା ଭିଜିଲାନ୍ସ କି ଆଇଟି ଚଢ଼ଉ ହେଲେ, ଓଡ଼ିଶା ବିଜେପି ନେତାମାନେ ଏମିତି ବାଉଳିଚାଉଳି ହୁଅନ୍ତି ଏବଂ ବିଜେଡିକୁ ଏହା ଭିତରକୁ ଟାଣିବାକୁ ଅପଚେଷ୍ଟା କରନ୍ତି। ଏମାନଙ୍କ ନିକଟରେ ହୀନ ରାଜନୀତି କରିବା ବ୍ୟତୀତ ଅନ୍ୟ କୌଣସି ଏଜେଣ୍ଡା ନାହିଁ। ବିଜେପି ନେତାମାନେ ସାଧାରଣ ଜନତା, ଚାଷୀ ବା ଶ୍ରମିକମାନଙ୍କ କୌଣସି ସମସ୍ୟାକୁ ନେଇ କେବେ ପ୍ରଶ୍ନ କରନ୍ତିନି କି ଓଡ଼ିଶାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ କେବେ ମୁହଁ ଖୋଲନ୍ତିନି। ସ୍ପର୍ଶକତାର ପ୍ରସଙ୍ଗରେ ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ ଆଣି ଲୋକଙ୍କୁ ବିଭ୍ରାନ୍ତ କରିବାର କୌଣସି ସୁଯୋଗ ଓଡ଼ିଶା ବିଜେପି କେବେ ହାତଛଡ଼ା କରେ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।