ରାଜ୍ୟ ସ୍ପେଶାଲ ରିପୋର୍ଟ

ଡିଅରପାର୍କରୁ ‘ସମ୍ବଲପୁର ଚିଡ଼ିଆଖାନା’, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରୁ ନାଁ ବଦଳାଇଲା ବନ ବିଭାଗ

ସମ୍ବଲପୁର : ମୋତିଝରଣସ୍ଥିତ ଡିଅର୍‌ ପାର୍କର ନାଁକୁ ପରିବର୍ତ୍ତନ କରାଯାଇଛି। ଏହାର ନାଁ ପୂର୍ବରୁ ‘ଡିଅର୍ ପାର୍କ ଓ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ବନ ବିଭାଗ ‘ସମ୍ବଲପୁର ଚିଡ଼ିଆଖାନା ଓ ଉଦ୍ଧାର କେନ୍ଦ୍ର ଭାବେ ନାମିତ କରିଛି। ୧୯୮୦ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା। ଏହା ୧୩ ହେକ୍ଟର ଅଞ୍ଚଳରେ ରହିଥିବା ବେଳେ ଗତବର୍ଷ ୪ ହେକ୍ଟର ଜାଗାରେ ଉଦ୍ଭିଦ ଉଦ୍ୟାନ ମଧ୍ୟ ଖୋଲା ଯାଇଛି। ସେଠାରେ ବିଭିନ୍ନ ପ୍ରଜାତିର ୬୦୦୦ରୁ ଅଧିକ ଗଛ ଲଗାଯାଇଛି।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହାର ନାଁ ପରିବର୍ତ୍ତନ କରାଯାଇଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୨୭ଟି ଏନ୍‌କ୍ଲୋଜର ଓ ୧୫ ପ୍ରଜାତିର ୩୩୩ଟି ପ୍ରାଣୀ ଅଛନ୍ତି। କଲରାପତରିଆ, ଭାଲୁ, ଚଉସିଙ୍ଗା, ଅଜଗର, ମୟୂର ଆଦି ରହିଥିବା ବେଳେ ସର୍ବାଧିକ ୧୨୩ଟି ହରିଣ ଓ ୪୧ଟି ସମ୍ବର ଅଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଠାରେ କାଫେଟେରିଆ, ପିଇବା ପାଣି, ଶୌଚାଳୟ, ପାର୍କିଂ ସୁବିଧା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।