ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଡାକ୍ତରୀ ପଢିବାକୁ ଆଉ ଯିବାକୁ ପଡିବନି ୟୁକ୍ରେନ : ମେଡିକାଲ କଲେଜ ତିଆରି କରିବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ ୦୭/୦୩: ଆନନ୍ଦ ମହିନ୍ଦ୍ରା ସଦାବେଳେ ନିଜର ଡ୍ରିମ୍ ପ୍ରୋଜେକ୍ଟ ବାବଦରେ ସୋସିଆଲ ମିଡିଆରେ ସୂଚନା ଦେଇଥାନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ଭାବେ ନିଜର ମତ ରଖିଥାନ୍ତି । ଏବେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କ ସ୍ଥିତି ଦେଖି ଏକ ବଡ ପ୍ରକଳ୍ପ ବାବଦରେ ଆନନ୍ଦ ଘୋଷଣା କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତରେ ମେଡିକାଲ କଲେଜରେ ଏତେ ଅଭାବ ଥିବା ସେ ଜାଣି ନଥିଲେ । ତାଙ୍କ କମ୍ପାନୀର ଏମଡି ଓ ସିଇଓଙ୍କୁ ଟ୍ୟାଗ୍ କରି କଣ ମହିନ୍ଦ୍ରା ୟୁନିଭର୍ସିଟିରେ ମେଡିକାଲ ପାଠ୍ୟକ୍ରମ ପଢାଇ ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ।

ଫି ହେବନି କୋଟି କୋଟି ଟଙ୍କା

ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ୍ ପରେ ଅନେକ ୟୁଜର ଭାରତରେ ଡାକ୍ତରୀ ପଢିବା ବ୍ୟୟ ବହୁଳ ବୋଲି କହିଥିଲେ । ଏହାକୁ ନେଇ ଜଣେ ୟୁଜର ଆନନ୍ଦଙ୍କୁ ମେଡିକାଲ କଲେଜ କଲେ ଫି ଅଧିକ ନ ରଖିବାକୁ ଅନୁରୋଧ କରିଥିଲେ । ଏହା ଉପରେ ଆନନ୍ଦ ମହିନ୍ଦ୍ରା ଧ୍ୟାନ ରଖିବେ ବୋଲି କହିଥିଲେ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି