ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଡାକ୍ତରଙ୍କ ବଦଳି ଦାବିରେ ବିକ୍ଷୋଭ, ମେଡିକାଲ ଗେଟ୍‌ ସମ୍ମୁଖରେ ଧାରଣା

ସାନଖେମୁଣ୍ଡି ୨୬।୦୫: ଡାକ୍ତରଙ୍କୁ ଘେରିଲେ ରୋଗୀଙ୍କ ସଂପର୍କୀୟ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଘଟଣା । ଡାକ୍ତରଙ୍କ ବଦଳି ଦାବିରେ ଅଡିବସିଛନ୍ତି ଗ୍ରାମବାସୀ ।

ଖବର ଅନୁଯାୟୀ, ଖଲିଙ୍ଗୀ ଗାଁର ଆଦିତ୍ୟ ଲେଙ୍କା ଗାଡିରୁ ପଡିଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କୁ ନିକଟସ୍ଥ ମେଡିକାଲକୁ ଚିକିତ୍ସା ନିମନ୍ତେ ଆଣିଥିଲେ । କିନ୍ତୁ ଡାକ୍ତର ଚିକିତ୍ସା ନକରି ନିଜ କକ୍ଷରେ ଶୋଇରହିଥିଲେ । ଶେଷରେ ସ୍ଥାନୀୟଲୋକଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିଥିଲେ । ମେଡିକାଲରେ ଡାକ୍ତରଙ୍କ ଖରାପ ବ୍ୟବହାର ଲାଗି ଧାରଣା ଦେଇଛନ୍ତି ସ୍ଥାନୀୟଲୋକେ ।

ସେପଟେ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗୀ ଆଡ଼ପଡ଼ା ମେଡିକାଲରେ ପହଞ୍ଚି ରୋଗୀଙ୍କ ସଂପର୍କୀୟଙ୍କ ସହ ଆଲୋଚନା କରିଛନ୍ତି । ଗୁରୁତର ଥିବା ଛାତ୍ରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ କହିଛନ୍ତି । ଏହାସହିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ