ଅପରାଧ ରାଜ୍ୟ

ଡାକ୍ତରଖାନାରେ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟଙ୍କ ଦେଖା ମିଳୁନି, ସିକ୍ୟୁରିଟି ଗାର୍ଡ କରୁଛନ୍ତି ରୋଗୀ ସେବା

ଫୁଲବାଣୀ ୨୩।୭: ସରକାର ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲାଗି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଡାକ୍ତର, ନର୍ସ, ଆଟେଣ୍ଡlଣ୍ଟଙ୍କ ଦେଖାମିଳୁନି । ଫଳରେ ସିକ୍ୟୁରିଟି ଗାର୍ଡ କରୁଛନ୍ତି ରୋଗୀ ସେବା । ଏଭଳି ସ୍ଥିତିରେ ରୋଗୀ କିଭଳି ସ୍ବାସ୍ଥ୍ୟସେବା ପାଉଥିବେ ଏଥିରୁ ଜଣାପଡୁଛି ।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ସଦର ମହକୁମା ମୁଖ୍ୟ ଡାକ୍ତରଖାନାରେ ।

ସୂଚନାଯୋଗ୍ୟ ଯେ, ଫୁଲବାଣୀ ସଦର ମହକୁମା ଡାକ୍ତରଖାନରେ ନାରାୟଣୀ ରୋଡର ଦିବାକର ମହାନନ୍ଦିଆ ନାମକ ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ l ତାଙ୍କୁ ମେଡ଼ିସିନ ବିଭାଗ ପୁରୁଷ ୱାର୍ଡର ୧୪୦ ନମ୍ବର ବେଡ଼ରେ ରଖାଯିବା ପରେ ସାଲାଇନ ଲଗାଯାଇଥିଲା l ସାଲାଇନ ସରିଯାଇଥିଲେ ମଧ୍ୟ ନର୍ସଙ୍କ ଦେଖା ମିଳିନଥିଲା । ଫଳରେ ସିକ୍ୟୁରିଟି ଗାର୍ଡ ଆସି ଶେଷରେ ରୋଗୀଙ୍କ ସାଲାଇନ ଖୋଲିଥିଲେ l ଏନେଇ ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ l

ନିକଟରେ ବlରିକୁମ୍ପା ଡାକ୍ତରଖାନାରେ ରୋଗୀଙ୍କୁ ମେଡ଼ିସିନ ନ ଦେଇ ନିକଟସ୍ଥ ପରିତ୍ୟକ୍ତ କୂଅରେ ଫୋପାଡ଼ିଦେଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।ସଦର ମହକୁମା ଡାକ୍ତର ଖାନାରେ ଯଦି ଏଭଳି ଅବସ୍ଥା ତେବେ ଗ୍ରାମାଞ୍ଚଳରେ ଲୋକେ କିଭଳି ସ୍ବାସ୍ଥ୍ୟ ସେବା ପାଉଥିବେ ତାହା ଏଥିରୁ ଅନୁମେୟ l ତେବେ କାହିଁକି, କିଭଳି ଓ କେଉଁ ପରିସ୍ଥିତିରେ ଜଣେ ଅନଭିଜ୍ଞ ସିକ୍ୟୁରିଟି ଗାର୍ଡ ରୋଗୀ ସେବା କରୁଥିଲେ ତାହା ତଦନ୍ତ କଲେ ଜଣାପଡିବ l ଏଥିପ୍ରତି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।