ଅପରାଧ ରାଜ୍ୟ

ଠିକା ସଂସ୍ଥାରୁ ପାଇପ୍‌ ଚୋରି ବେଳେ ଚଢାଉ, ଡ୍ରାଇଭର ଓ ହେଲ୍‌ପରଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର ୦୬।୦୯ : ଆନନ୍ଦପୁର ପୋଲିସକୁ ସଫଳତା । ଏକ ଠିକା ସଂସ୍ଥାରୁ ପାଇପ୍‌ ଚୋରି ବେଳେ ଚଢାଉ କଲା ପୋଲିସ । ବିପୁଳ ପରିମାଣର ପାଇପ୍‌ ଜବତ ସହ ଗାଡିର ଡ୍ରାଇଭର ଓ ହେଲ୍‌ପରୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ନିକଟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ତେବେ ନିର୍ମାଣ କାମରେ ନିୟୋଜତି ଠିକା ସଂସ୍ଥାର କ୍ୟାମ୍ପରୁ ଟ୍ରକ ଲଗାଇ ପାଇପ୍ ଚୋରି କରୁଥିଲେ ଚୋର। ଟ୍ରକଟି ଛତିଶଗଡର ରେଜିଷ୍ଟ୍ରେସନ୍ ଥିବା ବେଳେ ପାଖାପାଖି ୭୦ ରୁ ଅଧିକ ପାଇପ୍ ଲୋଡ୍ ସରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଆନନ୍ଦପୁର ପୋଲିସ୍ ଚଢାଉ କରିଥିଲା। ଚଢଉରେ ବଡ ସଫଳତା ପାଇବା ସହିତ ଦୁଇ ଡ୍ରାଇଭର ଓ ହେଲ୍‌ପରକୁ ଗିରଫ କରିଛି ଆନନ୍ଦପୁର ପୋଲିସ୍। ଅନ୍ୟ ଚାରି ଜଣ ଖସିଯାଇଥିବା ସୂଚନା ମିଳିଛି। ଡ୍ରାଇଭର ବିଶାଲ୍ କୁମାର ଦେବଗନ ଓ ହେଲପର ବଜରଙ୍ଗ ଯାଦବ ଛତିଶଗଡ ଅଞ୍ଚଳର ବୋଲି ସ୍ପଷ୍ଟ ହୋଇଛି। ତେବେ ଏହି ଚୋରି ପଛରେ ବାହାର ରାଜ୍ୟର ରାକେଟ କାମ କରୁଥିବା ଅନୁମାନ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।