ଅପରାଧ ରାଜ୍ୟ

ଠକ ତାନ୍ତ୍ରିକ କୈଫିର ଭିଡିଓ ଭାଇରାଲ୍: ସହଯୋଗୀ ଇସ୍ରାଏଲକୁ ଉଠାଇ ନେଲା ପୁଲିସ

କଟକ : କୁଖ୍ୟାତ ଠକ କୈଫି ଖାଁର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। କେଶରପୁର ଘରେ କୈଫି ଭଦ୍ରକର ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନେବା ସମୟର ଏହି ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ କୈଫିର ଖାସ୍ ସହଯୋଗୀ କେଶରପୁରର ସେକ୍ ଇସ୍ରାଏଲର ଚେହେରା ସାମନାକୁ ଆସିଛି। ତାକୁ ପୁଲିସ ଉଠାଇ ନେଇଥିବା କୁହାଯାଉଛି। କୈଫିର ଏହି ଠକେଇ କାରବାରରେ ଇସ୍ରାଏଲର ପ୍ରମୁଖ ଭୂମିକା ରହିଥିଲା। ସବୁ ଠକେଇ ମାମଲାରେ ସେ ଟଙ୍କା କାରବାରରେ ପ୍ରମୁଖ କାର୍ପଟଦାର୍ ପାଲଟିଥିଲା।

ଇସ୍ରାଏଲ୍ ମଙ୍ଗଳାବାଗ ରାଣୀହାଟ ଅଞ୍ଚଳର ଶର୍ମିଳା ସେନଙ୍କ ଗାଡ଼ି ଡ୍ରାଇଭ କରୁଥିଲା। ୨୦୨୨ ଅଗଷ୍ଟରେ ଶର୍ମିଳାଙ୍କ ଡ୍ରାଇଭର୍ ସେକ୍ ଆସପାକ୍ ଅନୁପସ୍ଥିତ ଥିବାରୁ ଗୋଟିଏ ଦିନ ପାଇଁ ସେ ଇସ୍ରାଏଲକୁ ପଠାଇଥିଲେ। ଏହି ସମୟରେ ଶର୍ମିଳାଙ୍କ ଘରେ ନକାରାତ୍ମକ ଶକ୍ତିର ପ୍ରଭାବରୁ ଅଶାନ୍ତି ଲାଗି ରହୁଥିବାରୁ ଏକ ଗୁଣିଆ ସନ୍ଧାନରେ ଥିଲେ। ଇସ୍ରାଏଲ୍ ଗାଡ଼ି ଚଳାଇବା ବେଳେ କୈଫି ସମ୍ପର୍କରେ ଶର୍ମିଳାଙ୍କୁ ସୂଚନା ଦେଇଥିଲା। ପରେ ଶର୍ମିଳା କୈଫି ଯୋଗାଯୋଗରେ ଆସି ତା ଜାଲରେ ପଡ଼ିଥିଲେ। କୈଫି ତାଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ନେଇ ଯାଇଥିବା ସଂପର୍କରେ ମଙ୍ଗଳାବାଗ ଥାନାରେ ପ୍ରଥମ ଅଭିଯୋଗ ଆସିଥିଲା। ଅନ୍ୟପଟେ ମଙ୍ଗଳାବାଗ ଥାନା ପୁଲିସ ବୁଧବାର ଦିନ ୪ ଦିନିଆ ରିମାଣ୍ଡରେ କୈଫିକୁ ଚୌଦ୍ବାର ଜେଲରୁ ଆଣିଛି। ପୁଲିସ ତାକୁ କଡ଼ା ସୁରକ୍ଷା ବଳୟ ଭିତରେ ଥାନାକୁ ଆଣିବା ସମୟରେ ପୁଲିସ ଭ୍ୟାନରେ ବସିଥିବା କୈଫି ହାତ ଯୋଡ଼ି ସମସ୍ତଙ୍କୁ ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା। ରିମାଣ୍ଡ ସମୟରେ ପୁଲିସ ତାକୁ ଠକେଇ ଅର୍ଥ ନିବେଶ ସମ୍ପର୍କରେ ପଚାରିଥିଲା। କିନ୍ତୁ ସେ ପୁଲିସକୁ ସନ୍ତୋଷଜନକ ଉତ୍ତର ଦେଇପାରିନାହିଁ। ଜେରା ବେଳେ ସେ ୨୦୧୮ରୁ ଲୋକଙ୍କୁ ଠକିଥିବା ନେଇ ସୂଚନା ଦେଇଥିଲା। ସେ ଠକେଇ ଟଙ୍କାରେ ବାଙ୍ଗାଲୁର, ଆଜମିର, ଦିଲ୍ଲୀ ଯାଇ ହୋଟେଲରେ ଅୟସ କରିଥିବା ସମ୍ପର୍କରେ ସୂଚନା ଦେଇଛି।

କୈଫି ସେମିନାର୍ ଛକରେ ଥିବା ସୟଦ ସେମିନାରି ସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲା। ପରେ ମୌଲାନା, ହାପିଜ୍, କାରି, ଆଲିମ୍, ଅମିଲରେ ଶିକ୍ଷା ଗ୍ରହଣ କରିଥିଲା। ରାଜସ୍ଥାନର ବରେଲିରେ ପିଏଚଡି କରିଥିବା ପୁଲିସକୁ ସୂଚନା ଦେଇଛି। ଥାନାରେ ତାକୁ ମଙ୍ଗଳାବାଗ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ଜେରା କରୁଛନ୍ତି। ଶନିବାର ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ତାକୁ ସେଦିନ କୋର୍ଟରେ ହାଜର କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।