କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଟ୍ୱିନ୍ ସିଟିରେ ହୋଲି କଟକଣା, ସାମୂହିକ ରଙ୍ଗ ଖେଳ ଉପରେ ରୋକ୍‌

ଭୁବନେଶ୍ୱର ୨୬।୦୩: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଲଗାତର ୨ ଦିନ ଧରି ସଂକ୍ରମଣ ସଂଖ୍ୟା ୨ ଶହ ପାର୍‌ ହେଉଛି । ଏହାକୁ ଦୃଷ୍ଟିରେ ରଖି ଟ୍ୱିନ୍‌ ସିଟିରେ କଟକଣା ଜାରି କରିଛି କମିଶନରେଟ୍‌ ପୋଲିସ । ଟ୍ଵିନ ସିଟିରେ ଲାଗିଛି ହୋଲି କଟକଣା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ଵରରେ ସାମୂହିକ ହୋଲି ଖେଳ ଉପରେ କଟକଣା ଲଗାଯାଇଛି। ଏଥର ହୋଲି ଅବସରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଦୋଳ ପୂର୍ଣ୍ଣିମାରେ ଅତି କମ୍ ସଂଖ୍ୟକ ଲୋକଙ୍କୁ ନେଇ ପରମ୍ପରା ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ଏହା ସହ ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସେପଟେ ଆଜି ଭାରତ ବନ୍ଦ ପାଳନକୁ ନେଇ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଟ୍ଵିନ ସିଟିରେ ଚାଷୀ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି । କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ କମିଶନରେଟ୍ ପୋଲିସ ପ୍ରସ୍ତୁତ ରହିଛି। ପ୍ରତ୍ୟେକ ସରକାରୀ ଅଫିସରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି। ଏହା ସହ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆନ୍ଦୋଳନକାରୀଙ୍କୁ ଅପିଲ କଲେ ପୋଲିସ କମଶନର।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,