ଦେଶ ବିଦେଶ ପର୍ଯ୍ୟଟନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା; ଏସବୁ ଟ୍ରେନ ହୋଇଛି ବାତିଲ

ଭୁବନେଶ୍ବର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି। ତେବେ ସଂଯୋଗ କରୁଥିବା ଟ୍ରେନ ବିଳମ୍ବରେ ଚାଲିବା ଦୃଷ୍ଟିରୁ କିଛି ଟ୍ରେନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନର ସମୟରେ ସାମୟିକ ପରିବର୍ତ୍ତନ କରାଯାଇଛି।

ତେବେ କେଉଁ ସବୁ ଟ୍ରେନ ବାତିଲ ହୋଇଛି, ଆଉ କେଉଁ ଟ୍ରେନର ସମୟରେ ସାମୟିକ ପରିବର୍ତ୍ତନ ହୋଇଛି ଯାହାର ତାଲିକା ନିମ୍ନରେ ରହିଛି।

୧. ୦୧୦୧୯ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ – ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ୨୦୨୧ ସେପ୍ଟେମ୍ବର ୨୮ ରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରୁ ବାତିଲ କରାଯାଇଛି।

୨. ସେହିପରି ୦୧୦୨୦ ଭୁବନେଶ୍ୱର – ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ୍ ୨୦୨୧ ସେପ୍ଟେମ୍ବର ୩୦ରେ ଭୁବନେଶ୍ୱରରୁ ବାତିଲ ।

ଏଥିସହିତ ଏହି ଟ୍ରେନଗୁଡ଼ିକର ସମୟରେ ହୋଇଛି ସାମୟିକ ପରିବର୍ତ୍ତନ
୦୨୮୨୨ଚେନ୍ନାଇ ସେଣ୍ଟ୍ରାଲ୍ – ହାୱଡା ସ୍ପେଶାଲ୍ ଟ୍ରେନ ଏହାର ପୂର୍ବ ନିର୍ଧାରିତ ତା ୨୭ ସେପ୍ଟେମ୍ବର ୨୦୨୧ରିଖ ରାତ୍ରି ୭.୧୫ ଘଣ୍ଟା ପରିବର୍ତ୍ତେ ତା ୨୮ ସେପ୍ଟେମ୍ବର ୨୦୨୧ରେ ଚେନ୍ନାଇ ସେଣ୍ଟ୍ରାଲ ଠାରୁ ଦ୍ବିପହର ୩.୩୦ ଘଣ୍ଟାରେ ଛାଡିବ ।

ସେହିପରି ୦୨୮୭୪ ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ତା ୨୮ ସେପ୍ଟେମ୍ବର ୨୦୨୧ରିଖରେ ଯଶବନ୍ତପୁର ଠାରୁ ଦିବା ୧୦.୧୫ ଘଣ୍ଟା ପରିବର୍ତ୍ତେ ଦ୍ବିପହର ୩.୦୦ ଘଣ୍ଟାରେ ଛାଡିବ ।

ଏଥିସହିତ ୦୨୨୪୬ ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ଏହାର ପୂର୍ବ ନିର୍ଧାରିତ ତା ୨୮ ସେପ୍ଟେମ୍ବର ୨୦୨୧ ରିଖ ଦିବା ୧୧.୦୦ ଘଣ୍ଟା ପରିବର୍ତ୍ତେ ତା ୨୯ ସେପ୍ଟେମ୍ବର ୨୦୨୧ରେ ଯଶବନ୍ତପୁର ଠାରୁ ସକାଳ ୦୫.୦୦ ଘଣ୍ଟାରେ ଛାଡିବ |

ଏତଦବ୍ୟତୀତ ୦୮୦୪୮ ଭାସ୍କୋ ଡା ଗାମା – ହାୱଡା ସ୍ପେଶାଲ୍ ଟ୍ରେନ ୨୮ ସେପ୍ଟେମ୍ବର ୨୦୨୧ରେ ଭାସ୍କୋ ଡା ଗାମା ଠାରୁ ସକାଳ ୦୬.୩୦ଘଣ୍ଟା ପରିବର୍ତ୍ତେ ରାତ୍ରି ୮.୩୦ ଘଣ୍ଟାରେ ଛାଡିବ |

୦୨୮୭୪ ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ଏହାର ପୂର୍ବ ନିର୍ଧାରିତ ତା ୨୭ ସେପ୍ଟେମ୍ବର ୨୦୨୧ ରିଖ ଦିବା ୧୦.୧୫ ଘଣ୍ଟା ପରିବର୍ତ୍ତେ ତା ୨୮ ସେପ୍ଟେମ୍ବର ୨୦୨୧ରେ ଯଶବନ୍ତପୁର ଠାରୁ ଦିବା ୧୦.୧୫ ଘଣ୍ଟାରେ ଛାଡିବ ।

୦୮୪୬୪ ବେଙ୍ଗାଲୁରୁ – ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ବେଙ୍ଗାଲୁରୁରୁ ଠାରୁ ତା ୨୮ ସେପ୍ଟେମ୍ବର ୨୦୨୧ ରିଖ ଦ୍ବିପହର ୧.୪୦ ଘଣ୍ଟା ପରିବର୍ତ୍ତେ ରାତ୍ରି ୭.୩୦ ଘଣ୍ଟାରେ ଛାଡିବ ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ