ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ରେନ୍‌ ପିଛା ଛାଡ଼ୁନି ଦୁର୍ଘଟଣା: ବର୍ତ୍ତିଗଲା ଭଦ୍ରକ-ବାଲେଶ୍ବର ମେମୁ

ଭୁବନେଶ୍ୱର: ରେଳ ଯାତ୍ରୀଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ଭାରତୀୟ ରେଳବାଇ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଜ୍ଞାନକୌଶଳ ବ୍ୟବହାର କରୁଛି। ଘଣ୍ଟା ପ୍ରତି ସର୍ବାଧିକ ୧୩୦ରୁ ୧୮୦ କିମି ବେଗରେ ଦୌଡ଼ୁଛି ବନ୍ଦେ ଭାରତ। ହେଲେ ଟ୍ରେନ୍‌ ଦୁର୍ଘଟଣାକୁ ରୋକାଯାଇ ପାରୁନି। ଜୁନ୍‌ ୨ ତାରିଖ ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରଠୁ ନିୟମିତ ବ୍ୟବଧାନରେ ରେଳ ଦୁର୍ଘଟଣା ସାମ୍ନାକୁ ଆସୁଛି। କେତେବେଳେ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେଉଛି ତ କେତେବେଳେ ବଗି ଛାଡ଼ି ଇଂଜିନ୍‌ ପଳାଉଛି। ଟ୍ରେନ୍‌ରେ ନିଆଁ ଲାଗିବା ଘଟଣା ବି ନଜରକୁ ଆସିଛି। କେନ୍ଦୁଝରରେ ମଧ୍ୟ ଦୁଇ ହାତୀଙ୍କ ଜୀବନ ନେଇଛି ରେଳ।

ବାଲେଶ୍ବର/ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି ଏଠାରୁ ମାତ୍ର ୧୫ କିଲୋମିଟର ଦୂର ବରୁଣସିଂ ନୀଳଗିରି ରୋଡ୍‌ ଷ୍ଟେସନ୍‌ ଡାଉନ୍‌ ଲାଇନ୍‌ରେ ଆଉ ଏକ ବଡ଼ଧରଣର ଟ୍ରେନ୍‌ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଦୁଇ ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଭଦ୍ରକ-ବାଲେଶ୍ବର ମେମୁରେ ଯାତ୍ରା କରୁଥିବା ଶତାଧିକ ଯାତ୍ରୀ ବର୍ତ୍ତିଯାଇଛନ୍ତି। ଇଣ୍ଟର୍‌ଲକିଂ ଓ ସିଗ୍‌ନାଲ୍‌ ସିଷ୍ଟମ୍‌ରେ ତ୍ରୁଟି ପାଇଁ
ବାହାନଗାରେ ଯେପରି ଦୁର୍ଘଟଣା ଘଟିଲା, ନୀଳଗିରି ରୋଡ୍‌ ଷ୍ଟେସନ୍‌ରେ ମଧ୍ୟ ସମାନ ତ୍ରୁଟି ଦେଖିବାକୁ ମିଳିଥିଲା। ଫଳରେ ଟ୍ରେନ୍‌ଟି ଲୁପ୍‌ ଲାଇନ୍‌କୁ ଚାଲିଯାଇଥିବା କୁହାଯାଉଛି।

recommended by

BRAINBERRIES

वह फिल्म जिसने संजीव कुमार की जिंदगी बदल दी (आप हैरान रह जाएंगे)

और जानें

ପ୍ରତିଦିନ ପରି ଆଜି ମଧ୍ୟ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍‌ ୧୦ଟା ପରେ ଭଦ୍ରକ ଷ୍ଟେସନ୍‌ରୁ ଡାଉନ୍‌ ଲାଇନ୍‌ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା। ତେବେ ସୋର ଷ୍ଟେସନ୍‌ ପାର୍‌ ହେବା ବେଳେ ଏହା ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ଚାଲିଥିଲା। ଟ୍ରେନ୍‌ଟି ୧୦ଟା ୫୩ ମିନିଟ୍‌ ବେଳକୁ ବରୁଣସିଂ ନୀଳଗିରି ରୋଡ୍‌ ଷ୍ଟେସନ୍ ନିକଟରେ ପହଞ୍ଚିବାର ଥିଲା। ହେଲେ ୧୨ଟା ୦୨ ମିନିଟ୍‌ରେ ପହଞ୍ଚିଥିଲା ଏବଂ ଦୁଇ ମିନିଟ୍‌ ରହଣି ପରେ ଟ୍ରେନ୍‌ ଷ୍ଟେସନ୍‌ ଛାଡ଼ିଥିଲା। ​ଟ୍ରେନ୍‌ଟିର ଗତି ବଢ଼ୁଥିବା ବେଳେ ଏହା ମେନ୍‌ ଲାଇନ୍‌ରେ ନଯାଇ ଷ୍ଟେସନ୍‌ ନିକଟ ଲୁପ୍‌ ଲାଇନ୍‌କୁ ଚାଲିଯାଇଥିଲା। ଯାହାର ଆଗକୁ ମେନ୍‌ ଲାଇନ୍‌ ସହ କୌଣସି ସଂଯୋଗ ନଥିଲା। ଏହି ସମୟରେ ଟ୍ରେନ୍‌ର ଦୁଇ ଲୋକୋ ପାଇଲଟ୍‌ଙ୍କ ସଂଦେହ ହୋଇଥିଲା। ସେମାନେ ଟ୍ରେନ୍‌ଟି ଲୁପ୍‌ ଲାଇନ୍‌ରେ ଯାଉଥିବା ଏବଂ ନିଶ୍ଚିତ ଦୁର୍ଘଟଣା ହେବା ଜାଣି ଏମର୍‌ଜେନ୍‌ସି ବ୍ରେକ୍‌ ଲଗାଇଥିଲେ। ଫଳରେ ଟ୍ରେନ୍‌ଟି ଜୋର୍‌ ଶବ୍ଦ କରି ଅଟକିଥିଲା। ଯାତ୍ରୀମାନେ ପରସ୍ପର ଧକ୍କା ହୋଇଥିଲେ। ହଠାତ୍‌ କଣ ହେଲା, କେହି କିଛି ବୁଝିପାରି ପାରି ନଥିଲେ। ଭୟରେ ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇପଡ଼ିଥିଲେ। ଷ୍ଟେସନ୍‌ ମାଷ୍ଟର ଶରତ ଚନ୍ଦ୍ର ସେଠୀ ଓ କର୍ମଚାରୀଙ୍କ ସହ ପାଇଲଟ୍‌ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ପ୍ରାୟ ଅଧଘଣ୍ଟା ମଧ୍ୟରେ ବାଲେଶ୍ବରରୁ ୪ ଜଣିଆ ଟେକ୍‌ନିକାଲ୍‌ ଟିମ୍‌ ମଧ୍ୟ ପହଞ୍ଚିଥିଲା ଏବଂ ଘଟଣାର ତଦାରଖ କରିଥିଲା। ପରେ ପାଇଲଟ୍‌ ଟ୍ରେନ୍‌ ପଛକୁ ନେଇ ମେନ୍‌ ଲାଇନ୍‌କୁ ଆଣିଥିଲେ।

ଟ୍ରେନ୍‌ଟି ଘଟଣାର ପ୍ରାୟ ୧ ଘଣ୍ଟା ୨୦ ମିନିଟ୍‌ ପରେ ବାଲେଶ୍ବର ଯାତ୍ରା କରିଥିଲା। ତେବେ ଘଟଣାର ସଠିକ୍‌ କାରଣ ଜଣାପଡ଼ି ନଥିଲେ ମଧ୍ୟ ଇଣ୍ଟର୍‌ଲକିଂ ଓ ସିଗ୍‌ନାଲ୍‌ ସିଷ୍ଟମ୍‌ରେ ତ୍ରୁଟି ପାଇଁ ବାହାନଗାରେ ଯେପରି ଦୁର୍ଘଟଣା ଘଟିଲା, ବରୁଣସିଂ ନୀଳଗିରି ରୋଡ୍‌ ଷ୍ଟେସନ୍‌ରେ ମଧ୍ୟ ସମାନ ତ୍ରୁଟି ଦେଖିବାକୁ ମିଳିଥିବା କୁହାଯାଉଛି। ପାଇଲଟ୍‌ଙ୍କୁ ମେନ୍‌ ଲାଇନ୍‌ରେ ଯିବା ପାଇଁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିଥିଲା। ହେଲେ ଇଣ୍ଟର୍‌ଲକିଂ ସିଷ୍ଟମ୍‌ରେ ତ୍ରୁଟି ଯୋଗୁଁ ଏହା ଲୁପ୍‌ ଲାଇନ୍‌କୁ ଚାଲିଯାଇଥିବା ଅନୁମାନ କରାଯାଉଛି। ଏନେଇ ବରୁଣସିଂ ନୀଳଗିରି ରୋଡ୍‌ ଷ୍ଟେସନ୍‌ ମାଷ୍ଟର ଶ୍ରୀ ସେଠୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ହେଲେ ସେ କିଛି କହି ନଥିଲେ। ଅନ୍ୟପଟେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ​ଟ୍ରେନ୍‌ଟି ବାଲେଶ୍ବର ଷ୍ଟେସନ୍‌ରେ ପହଞ୍ଚିଥିଲା। ସେଠାରେ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଟ୍ରେନ୍‌ର ଲୋକୋ ପାଇଲ୍‌ଟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ତେବେ ଶେଷ ଖବର ଅନୁସାରେ; ବିଭାଗୀୟ ପଚରାଉଚରା ପାଇଁ ଷ୍ଟେସନ୍‌ ମାଷ୍ଟର ଶ୍ରୀ ସେଠୀ ଏବଂ ଅନ୍ୟଜଣେ କର୍ମଚାରୀଙ୍କୁ ଖଡ଼ଗପୁର କାର୍ଯ୍ୟାଳୟକୁ ଡକାଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଥାଉକି; ଗତ ଜୁନ୍‌ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅପ୍‌ ଲାଇନ୍‌ରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ଷ୍ଟେସନ୍‌ଠାରେ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ଏହି ସମୟରେ ଭଦ୍ରକ ପଟୁ ଡାଉନ୍‌ ଲାଇନ୍‌ରେ ଆସୁଥିବା ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି କରମଣ୍ଡଳର ଦୁର୍ଘଟଣାଗ୍ରସ୍ତ ବଗି ସହ ଧକ୍କା ହୋଇଥିଲା। ଏଥିରେ ୨୯୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୧ ଶହରୁ ଅଧିକ ଆହତ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।