ଅପରାଧ ଦେଶ ବିଦେଶ

ଟ୍ରାକ୍ଟରକୁ ଧକ୍କା ଦେଲା କାର୍ : ୪ ମୃତ, ୧୮ ଆହତ

ନୂଆଦିଲ୍ଲୀ, ୨୩|୦୮: ଟ୍ରାକ୍ଟରରୁ ଧକ୍କା ଦେଲା କାର୍ । ୪ ମୃତ । ୧୮ରୁ ଅଧିକ ଗୁରୁତର । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶର ସାହାରନପୁର ଜିଲ୍ଲାରେ ।

ସୂଚନାନୁସାରେ, ଉତ୍ତର ପ୍ରଦେଶର ମୁଜାଫରନଗର-ଶାହରନପୁର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । କୁହାଯାଉଛି ଯେ, ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଅନ୍ୟ ଏକ ଟ୍ରାକ୍ଟରରୁ ଧକ୍କା ଦେଇଥିଲା । ଯେଉଁଥିରେ ୪ ଜଣ ପ୍ରାଣ ହରାଇଥିଲେ ।

ଦୁର୍ଘଟଣାର ଖବର ପାଇ ଦେଓବନ୍ଦ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ଏହାସହ ଉଦ୍ଧାରକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ଏସଡିଏମ ଦୀପକ କୁମାର ଓ ଡିଏସପି କାମକରନ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଥିଲେ ।

ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ହେଲେ ଶିବମ ତ୍ୟାଗୀ, ,ସାବିତ୍ରୀ ଦେବୀ, ଏସ ଭରଦ୍ୱାଜ ଓ ଜ୍ଞାନବତୀ ଦେବୀ । ସେହିପରି ଯେଉଁମାନେ ଆହତ ହୋଇଥିଲେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ