ଅପରାଧ ରାଜ୍ୟ

ଟ୍ରକ୍ ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କଲେ ସହକର୍ମୀ

ଝାରସୁଗୁଡା ୨୮।୬: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ସମଲେଶ୍ବରୀ କୋଇଲା ଖଣିରେ ଟ୍ରକ୍ ଦୁର୍ଘଟଣା । ଦୁର୍ଘଟଣାରେ ଡ୍ରାଇଭର ରାମେଶ୍ବର ପ୍ରସାଦ ପାଣ୍ଡେଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପ୍ରୟାଗରାଜ ଉତ୍ତରପ୍ରଦେଶର ହୋଇଥିବା ବେଳେ ସେ ସମଲେଶ୍ବରୀ କୋଇଲା ଖଣିର ଠିକା କମ୍ପାନୀରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । ଆଲୋକୀକରଣର ଅଭାବ ଓ କୋଇଲା ଗୁଣ୍ଡ ଯୋଗୁଁ ରାସ୍ତା ଦେଖାଯାଉନଥିବାରୁ ଦୁର୍ଘଟଣା ଘଟିଥିବା ସହକର୍ମୀ ଅଭିଯୋଗ କରିଛନ୍ତି । ରାମେଶ୍ବରଙ୍କ ପରିବାରବର୍ଗଙ୍କୁ ଏମସିଏଲ କର୍ତ୍ତୃପକ୍ଷ ଓ ଶାହାକୋଲ କର୍ତ୍ତୃପକ୍ଷ ପକ୍ଷରୁ ନିୟମ ମୁତାବକ କ୍ଷତିପୂରଣ ଓ ପରିବାରର ଜଣକୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ରାମେଶ୍ବର ଟ୍ରକ୍ ନେଇ ସାଇଡିଙ୍ଗରୁ କୋଇଲା ଖଣିକୁ ଆସୁଥିବା ବେଳେ ଆଉ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ରାମେଶ୍ବରଙ୍କର ଗୋଡ଼ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ରାମେଶ୍ବରଙ୍କର ମୃତ୍ୟୁ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।