ଅପରାଧ ରାଜ୍ୟ

ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ

ଚଣ୍ଡୀଖୋଲ ୧୬/୦୫: ଟ୍ରକ ପଛପଟୁ ଧକା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନା ଅନୁଯାୟୀ ଏକ ଟ୍ରକଟି ଯାଜପୁର ଅଭିମୁଖେ ଯାଉଥିବା ସମୟ ରେ ବଡ଼ଚଣା ଓଭର ବ୍ରିଜ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ଟି ଜୋରରେ ଧକ୍କା ଦେଇଥିଲା । ଯାହା ଫଳରେ ଆଗରେ ଥିବା ଟ୍ରକ ଡ୍ରାଇଭର ଗାଡି ଆଗକୁ ଛିଟିକି ପଡ଼ିଥିଲେ । ଗାଡିର ଚକା ଆଗରେ ପଡି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିଚୟ ମିଳି ପାରିନାହିଁ ।

ଅନ୍ୟପଟେ ଯେଉଁ ଟ୍ରକଟି ଧକା ଦେଇଥଲା ସେହି ଟ୍ରକର ଡ୍ରାଇଭର ଗୁରୁତର ହୋଇ ପଡିଛନ୍ତି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ମୃତଦେହକୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଖ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବଡ଼ଚଣା ପୋଲିସ ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।