ସୋର ୦୮।୦୫ : ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାହାନଗା ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ବାହାନଗା ଛକ ନିକଟରେ ଏକ ସାଗୁ ବୋଝେଇ ଟ୍ରକ୍ ଠିଆ ହୋଇଥିଲା । ଠିକ୍ ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ୍ ଆସି ଧକ୍କା ଦେଇଥିଲା। ଯାହାଫଳରେ ବାଲି ବୋଝେଇ ଟ୍ରକ୍ ଡ୍ରାଇଭର୍ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ହେଲ୍ପର୍ ଗୁରୁତର ହୋଇଛନ୍ତି । ହେଲ୍ପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଡ୍ରାଇଭର୍ ବାସୁଦେବପୁର ଅଞ୍ଚଳର ଅଜୟ ପ୍ରଧାନ ହୋଇଥିବା ବେଳେ ହେଲ୍ପର୍ ସଞ୍ଜୟ ଧଡା ବୋଲି ସୂଚନା ମିଳିଛି।