ଦେଶ ବିଦେଶ ମନୋରଞ୍ଜନ

ଟ୍ବିଙ୍କଲ୍‌ଙ୍କୁ ଟ୍ବିଙ୍କଲ୍ ବମ୍ କହିଲେ ଟ୍ରୋଲର୍ସ : ଏପରି ଜବାବ ଦେଲେ ଅଭିନେତ୍ରୀ

ମୁମ୍ବାଇ ୯/୧୧: ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ OTT ପ୍ଲାଟଫର୍ମରେ ରିଲିଜ ହେଉଛି। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ରହିଛି। ନିଜ ଟାଇଟଲକୁ ନେଇ ଫିଲ୍ମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଜନତାଙ୍କ ମଧ୍ୟରେ ବିରୋଧ ଦେଖା ଦେଇଛି। ବିରୋଧକୁ ଦେଖି ଫିଲ୍ମର ଟାଇଟଲ୍ ଲକ୍ଷ୍ମୀ ବମ୍ବରୁ ଲକ୍ଷ୍ମୀ କରି ଦିଆଯାଇଛି। କିନ୍ତୁ ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କଲକ ଖାନ୍ନାଙ୍କୁ ବୋଧହୁଏ ପୁରୁଣା ଟାଇଟଲ୍ ହିଁ ଭଲ ଲାଗୁଛି।


ଟ୍ବିଙ୍କଲ୍ ଖାନ୍ନାଙ୍କୁ ମଧ୍ୟ ଏନେଇ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡ଼ିଛି। ଲକ୍ଷ୍ମୀଙ୍କ ଭୂମିକା ଭଳି ତାଙ୍କର ମଧ୍ୟ ନୀଳ ଚେହେରା ଏବଂ ମତାରେ ବିନ୍ଦି ଲଗାଇ ଅନେକ ମିମ୍ସ ସେୟାର କରାଯାଇଛି। ତାଙ୍କ ନାଁ ଟ୍ବିଙ୍କ୍ ବମ୍ ରଖାଯାଇଛି। କିନ୍ତୁ ଟ୍ବିଙ୍କଲଙ୍କୁ ଏଥିରେ ଟିକେ ବି ଫରକ ପଡ଼ି ନାହିଁ। ବରଂ ସେ ବହୁତ ଖୁସି ହୋଇଛନ୍ତି।


ଟ୍ବିଙ୍କଲ୍ ଟାଇମ୍ସ ଅଫ୍ ଇଣ୍ଡିଆର ନିଜ କଲମରେ ଏବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ- ତାଙ୍କୁ ଏହା ବହୁତ ଭଲ ଲାଗିଛି। ପ୍ରାପ୍ତ ବୟସରେ ଯଦି ତାଙ୍କୁ ବମ୍ କୁହାଯାଉଛି ତେବେ ଏହା ତାଙ୍କ ପାଇଁ ଖୁସିର କଥା। ଟ୍ବିଙ୍କଲ୍ ଟ୍ରୋଲର୍ସଙ୍କୁ ମଜାଳିଆ ଅନ୍ଦାଜରେ ହେଲେ ବି ଉଚିତ୍ ଢ଼ଙ୍ଗରେ ଜବାବ ଦେଇଛନ୍ତି। ଟ୍ବିଙ୍କଲ୍ କହିଛନ୍ତି ଯେ କେଉଁ କାରଣରୁ ଟ୍ରୋଲର୍ସ ତାଙ୍କ ଫଟୋ ନେଇଥିଲେ,ତାଙ୍କ ତ୍ବଚାକୁ ପିକକ୍ ଶେଡରେ ଢ଼ାଙ୍କିଥିଲେ,ଲାଲ ବିନ୍ଦି ଲଗାଇଥିଲେ ଏବଂ ଟ୍ବିଙ୍କଲ୍ ବମ୍ ଭଳି ପୋଷ୍ଟର୍ସ ସେୟାର କରିଥିଲେ।

ସେ ଏଥିପାଇଁ ଖୁସି ଅଛନ୍ତି ଯେ ତାଙ୍କୁ ଠିକ୍ ସମୟରେ ବମ୍ କୁହାଯାଇଥିଲା। ସେ ତ ଏହା ଭାବିବାକୁ ଆରମ୍ଭ କରି ଦେଇଥିଲେ ଯେ ତାଙ୍କର ସେହି ଫେଜ୍ ସରି ଯାଇଛି। କିନ୍ତୁ ଏପରି ହୋଇନାହିଁ। ଟ୍ରୋଲର୍ସଙ୍କ ମାନସିକତାକୁ ନେଇ ଟ୍ବିଙ୍କଲ୍ ଉଦାହରଣ ଦେଇ କହିଛନ୍ତି ଯେ ଏମିତିରେ ବି ସେ ଟ୍ରୋଲର୍ସଙ୍କ ସହ ଅଧିକ ଝଗଡ଼ା କରିବାକୁ ପସନ୍ଦ କରନ୍ତି ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ