ରାଜ୍ୟ ସ୍ପେଶାଲ ରିପୋର୍ଟ

ଟୋଲ ଫ୍ରି ନମ୍ବରରେ କଲ୍‌ କଲେ ମିଳୁଛି ମାନସିକ ସ୍ବାସ୍ଥ୍ୟ ପରାମର୍ଶ

କଟକ : ରାଜ୍ୟରେ ଆରମ୍ଭ ହୋଇଛି ଟେଲି-ମାନସ ସେବା। ଟେଲି କନ୍‌ଫରେନ୍ସିଂ ମାଧ୍ୟମରେ ରୋଗୀ ମାନସିକ ସ୍ବାସ୍ଥ୍ୟ ସଂପର୍କିତ ପରାମର୍ଶ ପାଇପାରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ବେଙ୍ଗାଲୁରୁରୁ ନିୟନ୍ତ୍ରିତ ହେଉଥିବା ବେଳେ ରାଜ୍ୟରେ ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ମେଣ୍ଟର କେନ୍ଦ୍ରଭାବେ ଯୋଗ୍ୟତା‌ ମିଳିଛି।

ରାଜ୍ୟରେ ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲ କଲେଜରେ ଟେଲି-ମାନସ କେନ୍ଦ୍ର ଖୋଲାଯାଇଥିବାବେଳେ ଏସ୍‌ସିବି କେନ୍ଦ୍ରକୁ ପ୍ରତିଦିନ ୪୦ରୁ ୫୦ଜଣ ମାନସିକ ସ୍ବାସ୍ଥ୍ୟ ସଂପର୍କିତ ପରାମର୍ଶ ପାଇଁ ଫୋନ୍‌ କରୁଛନ୍ତି। ୨୪ ଘଣ୍ଟିଆ ପରାମର୍ଶ କେନ୍ଦ୍ର ଖୋଲାଯାଇଥିବା ବେଳେ ୧୯ଜଣ କାଉନସିଲର୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ସିଧାସଳଖ ଆସୁଥିବା ଫୋନକଲ୍‌କୁ ଉଠାଇବା ସହ ଫୋନ୍‌ କରୁଥିବା ବ୍ୟକ୍ତିଙ୍କୁ ମାନସିକ ପରାମର୍ଶ ଦେଉଛନ୍ତି। ଏପରିକି ଆବଶ୍ୟକତା ଥିବା ରୋଗୀଙ୍କୁ କାଉନସିଲର, କ୍ଲିନିକାଲ ସାଇକୋଲୋଜିଷ୍ଟ, ସାଇକିଆଟ୍ରିକ୍‌ ସୋସିଆଲ ୱାର୍କର, ସାଇକ୍ରି୍ଆଟିକ୍‌ ନର୍ସମାନେ ବି ପରାମର୍ଶ ଦେଉଛନ୍ତି।

indianadmissionsguru.com

ଯେଉଁମାନଙ୍କୁ ପରାମର୍ଶ ଦେଲେ ବି କୌଣସି ସୁଫଳ ମିଳିବନି ବରଂ ମାନସିକ ବିଶେଷଜ୍ଞଙ୍କ ଠାରୁ ବ୍ୟକ୍ତିଗତଭାବେ ଆସି ପରାମର୍ଶ ନେ‌ବାର ଆବଶ୍ୟକତା ଥିବ, ସେମାନଙ୍କୁ ହସ୍ପିଟାଲକୁ ଆସି ପରାମର୍ଶ ନେବାକୁ ସୂଚିତ କରାଯାଉଛି ବୋଲି ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଜୟ ମିଶ୍ର ସୂଚନା ଦେଇଛନ୍ତି।

ଟେଲି-ମାନସ ସେବା ପାଇଁ ଟୋଲ ଫ୍ରି ନମ୍ବର ୧୪୪୧୬ ଜାରି କରାଯାଇଛି। ଯେହେତୁ ଏହା ସିଧାସଳଖ ବେଙ୍ଗାଲୁରୁରୁ ନିୟନ୍ତ୍ରିତ ହେଉଛି, ତେଣୁ ଅନେକ ସମୟରେ ରୋଗୀ ଯେଉଁ କେନ୍ଦ୍ର ସହିତ ଯୋଗାଯୋଗ କରି ପରାମର୍ଶ ନେବାକୁ ଚାହୁଁଛନ୍ତି ସେଥିରେ ସମସ୍ୟା ବି ଦେଖାଦେଉଛି। ଅନ୍ୟପଟେ ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ୬ଜଣଙ୍କ ସ୍ଥାନରେ ୩ ଜଣ ରହିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ପଦ ଖାଲି ପଡିଛି। କିନ୍ତୁ ପ୍ରଫେସର ୨ଜଣ ରହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।