ଖେଳ ଦେଶ ବିଦେଶ

ଟୋକିଓ ପାରାଲିମ୍ପିକ୍ସ୍‌: ଟେବୁଲ୍‌ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କଲେ ଭାରତର ଭାବିନା ପଟେଲ୍‌

ନୂଆଦିଲ୍ଲୀ: ଜାପାନର ଟୋକିଓରେ ଚାଲିଥିବା ପରାଲିମ୍ପିକ୍ସ୍‌ର ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାର ‘ଉଇମିନ୍‌ସ୍‌ ସିଙ୍ଗଲ୍‌ସ୍‌ କ୍ଲାସ୍‌-ଫୋର୍‌’ରେ ଶନିବାର ଦିନ ବିଶ୍ବର ୩ ନମ୍ବର ଖେଳାଳି ଚୀନ୍‌ର ଚାଙ୍ଗ୍‌ ମିଆଓଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ଭାବେ ଭାବିନା ପଟେଲ୍‌ ଇତିହାସ ସୃଷ୍ଟି କରିବା ସହ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହେବା ଲାଗି ଭାବିନା ଚାଙ୍ଗ୍‌ ମିଆଓଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରିଛନ୍ତି।

ଆଜି ଏହି କ୍ରୀଡ଼ାର ସ୍ବର୍ଣ୍ଣପଦକ ପ୍ରତିଯୋଗିତାରେ ଭାବିନା ଚୀନ୍‌ର ୟିଙ୍ଗ୍‌ ଜୋଉଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ।

ପୂର୍ବରୁ ସେମି-ଫାଇନାଲ୍‌ ଖେଳରେ ୩୪ ବର୍ଷୀୟ ଭାବିନା ବିଶ୍ବର ୫ ନମ୍ବର କ୍ରୀଡ଼ିକା ସର୍ବିଆର ବୋରିସଲାଭା ପେରିକ୍‌ ରାଙ୍କୋଭିଙ୍କୁ ୧୧-୫, ୧୧-୬, ୧୧-୭ରେ ସିଧାସଳଖ ପରାସ୍ତ କରିଥିଲେ।

୧୬ଶ ପର୍ଯ୍ୟାୟରେ ଭାବିନା ବ୍ରାଜିଲ୍‌ର ଜୟସ୍‌ ଡି ଅଲିଭେରିଆଙ୍କୁ ୧୨-୧୦, ୧୩-୧୧, ୧୧-୬ରେ ପରାସ୍ତ କରି ପାରାଲିମ୍ପିକ୍ସ୍‌ରେ ପ୍ରଥମ ଭାରତୀୟ ଟେବୁଲ୍‌ ଟେନିସ୍‌ ଖେଳାଳି କ୍ବାର୍ଟର୍ସରେ ଉପନୀତା ହୋଇଥିଲେ।

ଭାରତବାସୀଙ୍କ ଉତ୍ସାହ ପାଇ ମୁଁ ଫାଇନାଲ୍‌ ମ୍ୟାଚ୍‌ ଜିଣିପାରେ। ମତେ ଉତ୍ସାହିତ କରି ଚାଲିଲେ ମୁଁ ସେମିଫାଇନାଲ୍‌ ମ୍ୟାଚ୍‌ରେ ବିଜୟୀ ହୋଇପାରିବି ବୋଲି ସେ କହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ