ଖେଳ

ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୩୭ ଦିନ, ୧୦୦୦୦ ଦର୍ଶକଙ୍କୁ ମିଳିବ ଅନୁମତି

ଟୋକିଓ: ଜାପାନରେ ଜୁଲାଇ ୨୩ରୁ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରେ ୧୦୦୦୦ ପର୍ଯ୍ୟନ୍ତ ଦର୍ଶକଙ୍କୁ ଅନୁମତି ମିଳିବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଏଥିରେ କେତେ ଘରୋଇ ଦର୍ଶକ ରହିବେ ତାହା ତାହା ସ୍ପଷ୍ଟ ହୋଇନି। ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ କିମ୍ବା ୧୦୦୦୦ ଦର୍ଶକ ଏହା ମଧ୍ୟରୁ ଯେଉଁଟା କମ୍‌ ହେବ ତାହା କରିବା ଲାଗି ଯୋଜନା ଚାଲିଛି। ବିଦେଶୀ ଦର୍ଶକଙ୍କ ଉପରେ କଟକଣା ରହିଥିବା‌ରୁ କେତେ‌ ଘରୋଇ ଦର୍ଶକ ଖେଳ ଦେଖିବେ ତାହା ଉପରେ ବିଚାରବିମର୍ଶ ଚାଲିଛି।

ଦେଶରେ ଭୂତାଣୁ ଜନିତ ଜରୁରିକାଳୀନ ସ୍ଥିତି ଜୁନ୍‌ ୨୦ରେ ଉଠିବା ପରେ ହିଁ ଯାହା ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି। ବୁଧବାର ସରକାର ଓ ଭୂତାଣୁ ଟାସ୍କଫୋର୍ସ ମଧ୍ୟରେ ‌ହୋଇଥିବା ବୈଠକରେ ଭୂତାଣୁ ଜରୁରିକାଳୀନ ସ୍ଥିତିକୁ ଜୁନ୍‌ ୨୦ରେ ଉଠାଇବା ଲାଗି ନିଷ୍ପତ୍ତି ହୋଇଛି। ହେଲେ ସରକାର ଅର୍ଦ୍ଧଜରୁରିକାଳୀନ ସ୍ଥିତି ଲଗାଇପାରନ୍ତି। ଏଥିରେ ମଦ ବିକ୍ରି କିମ୍ବା ବାର୍‌ ଓ ରେସ୍ତୋ‌ରାଁ ଖୋଲିବା ଉପରେ କିଛି କଟକଣା ଲଗାଇବାର ସମ୍ଭାବନା ରହିଛି। ଜରୁରିକାଳୀନ ଉଠିଲା ପରେ ହିଁ ସରକାର ଯାହା ନିଷ୍ପତ୍ତି ନେବେ। ଯାହା ଖବର ମିଳୁଛି ଚଳିତ ମାସ ଶେଷ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ