ଖେଳ

ଟୋକିଓ ଅଲିମ୍ପିକ୍ସ୍‌: ମହିଳା ‘ଡିସ୍‌କସ୍‌’ର ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହେଲେ କମଲ୍‌ପ୍ରୀତ୍ କୌର୍‌

ଟୋକିଓ: ଜାପାନର ଟୋକିଓରେ ଚାଲିଥିବା ‘ଅଲିମ୍ପିକ୍ସ୍‌ ୨୦୨୦’ର ଅଷ୍ଟମ ଦିବସରେ ଆଜି ମହିଳା ଡିସ୍‌କସ୍‌ ଥ୍ରୋ’ରେ ଭାରତର କମଲପ୍ରୀତ୍‌ କ‌ୌର୍ ଫାଇନାଲ୍‌କୁ ଯିବା ଲାଗି ଯୋଗ୍ୟ ବିବେଚିତା ହୋଇଛନ୍ତି। ଦୁଇ ଥର ଅଲିମ୍ପିକ୍ ଚାମ୍ପିଅନ୍‌ ହୋଇଥିବା ସାଣ୍ଡ୍ରା ପେରକୋଭିକ୍‌ଙ୍କୁ ଅତିକ୍ରମ କରି ସେ ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ‘କ୍ବାଲିଫିକେସନ୍‌ ଗ୍ରୁପ୍‌ ବି’ରେ କମଲପ୍ରୀତ୍ ଆପଣା ଉଦ୍ୟମରେ ୬୩.୯୭ ମିଟର୍ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିବା ବେଳେ ପେରକୋଭିକ୍‌ ୬୩.୯୭ ମିଟର୍‌ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିଲେ। ପ୍ରାରମ୍ଭରେ କମଲପ୍ରୀତ୍ ୬୦.୨୯ ମିଟର୍‌ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିଲେ। ଅଗଷ୍ଟ ୨ ତାରିଖରେ ସେ ଫାଇନାଲ୍‌ରେ ଅବତ୍ତୀର୍ଣ୍ଣ ହେବେ।

ସେହିଭଳି ‘ଗ୍ରୁପ୍‌ ଏ’ ମହିଳା ଡିସ୍‌କସ୍‌ ଥ୍ରୋ‌’ରେ ସୀମା ପୁନିଆ ୬ଷ୍ଠ ସ୍ଥାନରେ ରହି ପରାସ୍ତ ହୋଇଛନ୍ତି।

ଏହାଛଡ଼ା, ଆଜି ଭାରତୀୟ ତୀରନ୍ଦାଜ ୧୬ ରାଉଣ୍ଡ୍‌ ମ୍ୟାଚ୍‌ରେ ୪-୬ରେ ପରାଜିତ ହୋଇଛନ୍ତି। ୯, ୮ ଏବଂ ୯ ହିଟ୍‌ କରିବା ପରେ ଚୂଡ଼ାନ୍ତ ସେଟ୍‌ରେ ସେ ଆଉ ତୀର ଚାଳନା କରିପାରି ନାହାନ୍ତି। ଫଳତଃ ଚୂଡ଼ାନ୍ତ ପ୍ରତିଦ୍ବନ୍ଦ୍ବିତାରେ ତାକାହାରୁ ଫୁରୁକାୱା ୮ ପଏଣ୍ଟ୍‌ ହାସଲ କରିବାରୁ ୨୭-୨୬ରେ ପ୍ରତିଯୋଗିତାର ଅବସାନ ଘଟିଛି।

ସୂଚନାଯୋଗ୍ୟ, ଲଣ୍ଡନ୍‌ ଅଲିମ୍ପକ୍ସ୍‌ରେ ଅତନୁ ସ୍ବର୍ଣ୍ଣପଦକ ବିଜେତାଙ୍କୁ ପରାସ୍ତ କରିଥିବା ବେଳେ ଆଜି ରୌପ୍ୟପଦକ ବିଜେତାଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ସେହିଭଳି, ପୁରୁଷ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ୧୬ଶ ରାଉଣ୍ଡ୍‌ରେ ‘ମେନ୍‌ସ୍‌ ଫ୍ଲାଇୱେଟ୍‌ ରାଉଣ୍ଡ୍‌) ଭାରତର ଅମିତ ପଙ୍ଘାଲ ମଧ୍ୟ କଲମ୍ବିଆର ୟୁବେରଜେନ୍ ମାର୍ଟିନେଜ୍‌ଙ୍କ ଠାରୁ ୧-୪ରେ ପରାଜିତ ହୋଇଛନ୍ତି। ପ୍ରଥମ ରାଉଣ୍ଡ୍‌ରେ ଅମିତ ପଙ୍ଘାଲ୍ ଆଧିପତ୍ୟ ବଜାୟ ରଖିଥିଲେ। କିନ୍ତୁ, ଅନ୍ତିମ ଦୁଇ ରାଉଣ୍ଡ୍‌ରେ ତାଙ୍କର ତେଜ ରହି ନ ଥିଲା। ଏହି ପ୍ରତିଦ୍ବନ୍ଦ୍ବିତା ଅମୀମାଂସିତ ରହିବ ବୋଲି ଆଶା କରାଯାଉଥିବା ବେଳେ ଏସୀୟ ସ୍ବର୍ଣ୍ଣପଦକ ବିଜେତା ଅମିତ କିନ୍ତୁ, ରିଓ ଅଲିମ୍ପିକ୍ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ମାର୍ଟିନେଜ୍‌ଙ୍କ ଠାରୁ ପରାସ୍ତ ହେଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ