ଖେଳ

ଟୋକିଓ ଅଲିମ୍ପିକ୍ସରେ ଦେଶ ବ୍ୟାନ୍, ଆସିନି ଟିମ୍, କିନ୍ତୁ ଖେଳୁଛନ୍ତି ମସ୍କୋ ଖେଳାଳି :

ନୂଆଦିଲ୍ଲୀ, ୨୯/୦୭ : ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାଗ ନେଇନାହିଁ ଋଷ୍ । କିନ୍ତୁ ଋଷ୍ ଆଥଲେଟମାନେ ଏବେସୁଦ୍ଧା ୨୨ଟି ପଦକ ଜିତି ସାରିଲେଣି । ଏହାମଧ୍ୟରୁ ୭ଟି ସୁନା ରହିଛି ।

ଋଷକୁ ଅଲିମ୍ପିକ୍ସ ଖେଳିବା ଉପରେ ୨୦୨୨ ଯାଏଁ କଟକଣା ଲାଗିଛି । କିନ୍ତୁ ୩୩୫ ଜଣ ଋଷ ଆଥଲେଟ୍ ଚଳିତ ଅଲିମ୍ପିକ୍ସରେ ଖେଳୁଛନ୍ତି । ସେମାନେ ଆରଓସି ଅଧିନରେ ଖେଳୁଥିବା ବେଳେ ଦଳ ମେଡାଲ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ।

କାହିଁକି ଋଷ ଆଥଲେଟଙ୍କ ଉପରେ କଟକଣା ?

୨୦୧୯ରେ ଆଣ୍ଟି ଡୋପିଂ ଏଜେନ୍ସି କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣକୁ ନେଇ ଋଷ ଉପରେ ବ୍ୟାନ୍ ଲଗାଇଥିଲା । ଏହି କଟକଣା ୪ ବର୍ଷ ପାଇଁ ଲାଗୁ ହୋଇଥିଲା । କାରଣ ବହୁ ଖେଳାଳିଙ୍କ ବିରୋଧରେ ନିଶା ସେବନ ନେଇ ଅଭିଯୋଗ ହୋଇଥିଲା । ତେବେ ୨୦୨୦ରେ କୋର୍ଟ ଅଫ୍ ଅର୍ବିରେସନ୍ ଏହାକୁ ୨ ବର୍ଷ କୋହଳ କରିଥିଲା । ଦେଶର ଖେଳାଳିମାନେ ଟୋକିଓ ସହ ଆଗକୁ ଥିବା ପାରା ଅଲିମ୍ପିକ୍ କିମ୍ବା ବେଜିଂରେ ଓ୍ୱିଣ୍ଟର ଅଲିମ୍ପିକ୍ସରେ ଖେଳିପାରିବେ ନାହିଁ । ଏପରିକି ୨୦୨୦ ଫୁଟବଲ ବିଶ୍ୱକପରେ ମଧ୍ୟ ସେମାନଙ୍କୁ ଖେଳିବାକୁ ଅନୁମତି ନାହିଁ ।

ଏଥିପାଇଁ ଋଷ ଆଥଲେଟ୍ ମାନେ ଆରଓସି ବ୍ୟାନରରେ ଖେଳୁଛନ୍ତି । ଆରଓସିର ଅର୍ଥ ହେଉଛି ଋଷିଆନ ଅଲିମ୍ପିକ୍ସ କମିଟି । ଅର୍ଥାତ ସେମାନେ ଦେଶ ବଦଳରେ କମିଟି ବ୍ୟାନରରେ ପ୍ରତିଯୋଗିତା କରୁଛନ୍ତି । ଏଥିରେ କେବଳ ବ୍ୟାନ୍ ହୋଇନଥିବା ଆଥଲେଟ୍ ମାନେ ଖେଳିପାରିବେ ।

କାହିଁକି ଋଷିଆକୁ କରାଯାଇଛି ବ୍ୟାନ୍ ?

୨୦୧୪ ଓ ୨୦୧୫ରେ ଅନେକ ଷ୍ଟାର୍ ଖେଳାଳି ଡୋପିଂ ଟେଷ୍ଟରେ ବିଫଳ ହୋଇଥିଲେ । ସେମାନେ ବେଆଇନ ଶକ୍ତି ବର୍ଦ୍ଧକ ଓ ନିଶା ସେବନ କରୁଥିବା ଜଣାପଡିଥିଲା । ଏହାପରେ ଏକ କିମିଟି ଗଠନ କରି ଓ୍ୱାଡା ତଦନ୍ତ ଆରମ୍ଭ କରିଥିଲା । ପ୍ରମାଣ ମିଳିବା ପରେ ୩୮୯ ଆଥଲେଟଙ୍କ ମଧ୍ୟରୁ ୧୧୧ ଜଣଙ୍କୁ ରିଓ ଅଲିମ୍ପିକ୍ସରେ ଭାଗ ନେବା ଉପରେ କଟକଣା ଲାଗିଥିଲା । ପରେ ବିଭିନ୍ନ ୩୦ଟି କ୍ରୀଡାର ୧୦୦୦ରୁ ଅଧିକ ଖେଳାଳିଙ୍କ ଡୋପିଂ ଟେଷ୍ଟ କରାଯାଇଥିଲା । ଏହାର ରିପୋର୍ଟକୁ ଋଷ ଟ୍ୟାମ୍ପରିଂ କରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ବିଭିନ୍ନ ଅଭିଯୋଗ ଭିତ୍ତିରେ ଋଷ ଉପରେ କଟକଣା ଲାଗୁ ହୋଇଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ