ଦେଶ ବିଦେଶ ମନୋରଞ୍ଜନ

ଟେଲିଗ୍ରାମ ଚଳିତ ବର୍ଷର ଶେଷ ଦିନରେ ଜାରି କଲା ଦମଦାର ଫିଚର

ନୂଆଦିଲ୍ଲୀ: ଅନଲାଇନ୍ ମେସେଜିଂ ଆପ୍ ଟେଲିଗ୍ରାମ ଚଳିତ ବର୍ଷର ଶେଷ ଦିନରେ ଏକ ଦମଦାର ଫିଚର ଜାରି କରିଛି । ଏଣିିକି ଟେଲିଗ୍ରାମ ଆପରେ ୟୁଜର୍ସମାନେ ପ୍ରତିଟି ମେସେଜର ରିଆକ୍ସନ୍ ଦେଇପାରିବେ । ଖାଲି ସେତିକି ନୁହେଁ, ଟେଲିଗ୍ରାମରେ ଏଣିକି ୟୁଜର୍ସମାନେ ଗୋଟିଏ ମେସେଜର କିଛି ଅଂଶକୁ ମଧ୍ୟ ହାଇଡ୍ (ଲୁଚାଇ) ପାରିବେ । ଡିସେମ୍ବର ୩୧ ତାରିଖରେ ନିଜ ୟୁଜର୍ସଙ୍କ ପାଇଁ ଏଭଳି କିଛି ନୂଆ ଫିଚର ଆଣିଛି ଟେଲିଗ୍ରାମ । କମ୍ପାନି ତରଫରୁ ଏହି ଫିଚରର ନାଁ ରହିଛି ସ୍ପଏଲର ।

ସେହିପରି ଟେଲିଗ୍ରାମ କମ୍ପାନି ଏବେ ପ୍ରଥମ କରି ନିଜ ଆପରେ ଟ୍ରାନ୍ସଲେସନ୍ ସୁବିଧା ମଧ୍ୟ ଆଣିଛି । ଏଣିକି ଟେଲିଗ୍ରାମ ୟୁଜର୍ସମାନେ ପ୍ରତିଟି ମେସେଜକୁ ନିଜ ଇଚ୍ଛା ଅନୁସାରେ ଟ୍ରାନ୍ସଲେଟ୍ କରି ପଢିପାରିବେ । ଯାହାଦ୍ୱାରା ୟୁଜର୍ସମାନେ ଆଉ ଭାଷାକୁ ନେଇ ଅସୁବିଧାରେ ପଡିବେ ନାହିଁ ।

ଟେଲିଗ୍ରାମ ୟୁଜର୍ସମାନଙ୍କୁ ଏହି ଫିଚର ଦେବା ଫଳରେ ହ୍ୱାଟ୍ସଆପ୍ ଓ ସିଗନାଲ ଭଳି ଆପ୍ ଏବେ ପଛରେ ପଡିବେ ବୋଲି କୁହାଯାଉଛି । କାରଣ ଏହା ପୂର୍ବରୁ କେବଳ ମେସେଞ୍ଜର ଆପରେ ୟୁଜର୍ସମାନେ ପ୍ରତିଟି ମେସେଜର ରିଆକ୍ସନ୍ ଦେଇପାରୁଥିଲେ । ହେଲେ ଏବେ ଟେଲିଗ୍ରାମରେ ମଧ୍ୟ ସେହି ସୁବିଧା ଉପଲବ୍ଧ ହେବ । ତେବେ ଏହି ଫିଚର ସହିତ ଏବେ ଟେଲିଗ୍ରାମର ସେଟିଙ୍ଗରେ ଭାଷାର ଟ୍ରାନ୍ସଲେସନ୍ ମଧ୍ୟ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ