ଅପରାଧ ଦେଶ ବିଦେଶ

ଟେରର୍‌ ଫଣ୍ଡିଂ ମାମଲା: ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ, ୧୦ ଲକ୍ଷରୁ ଅଧିକ ଟଙ୍କାର ଜରିମାନା

ନୂଆଦିଲ୍ଲୀ : କାଶ୍ମୀର ବିଚ୍ଛିନତାବାଦୀ ନେତା ୟାସିନ ମଲିକଙ୍କୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଟେରର୍ ଫଣ୍ଡିଂ ମାମଲା ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକରେ ୟାସିନ ମଲିକ ବିରୋଧରେ ଦଣ୍ଡାଦେଶ ହୋଇଛି। ଏନ୍‌ଆଇଏ ୟାସିନ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲା। ତେବେ ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ୟାସିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ୨ଟି ମାମଲାରେ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଅନ୍ୟ ୮ଟି ମାମଲାରେ ୧୦ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ ହୋଇଛି। ଏହା ସହିତ ୧୦ ଲକ୍ଷରୁ ଅଧିକ ଟଙ୍କାର ଜରିମାନା କରାଯାଇଛି। ଆଜି ସ୍ବତନ୍ତ୍ର ଏନ୍‌ଆଇଏ ବିଚାରପତି ପ୍ରବୀଣ ସିଂହ ୟାସିନ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ସମସ୍ତ ଦଣ୍ଡାଦେଶକୁ ୟାସିନ ଏକକାଳୀନ ଭୋଗିବ।

ୟାସିନ ମଲିକଙ୍କୁ ଆଇପିସିର ଧାରା ୧୨୦ ବି ଅଧୀନରେ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି ଏବଂ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଯଦି ମଲିକ ଜରିମାନା ଅର୍ଥ ନ ଦିଅନ୍ତି ତେବେ ଅତିରିକ୍ତ ୬ ମାସ ଜେଲ୍‌ରେ ରହିବାକୁ ପଡ଼ିବ। ଆଇପିସିର ଧାରା ୧୨୧ ଅଧୀନରେ ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି। ଯଦି ଜରିମାନା ପୈଠ ନହୁଏ ଅତିରିକ୍ତ ୬ ମାସ ଜେଲ୍‌ରେ ରହିବାକୁ ପଡ଼ିବ। ସେହିପରି ଆଇପିସିର ଧାରା ୧୨୧-ଏ ଅଧୀନରେ ୧୦ ବର୍ଷ ଜେଲ୍‌ ଏବଂ ୧୦ ହଜାର ଟଙ୍କା ଜରିମାନା ହୋଇଛି। ୟୁଏପିଏର ଧାରା ୧୩ ଅଧୀନରେ ୫ ବର୍ଷ ଜେଲ୍‌ଦଣ୍ଡ ହୋଇଛି ଏବଂ ୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ନଦେଲେ ଅତିରିକ୍ତ ୩ ମାସ ଜେଲ୍‌ରେ ରହିବାକୁ ପଡ଼ିବ। ସେହିପରି ୟୁଏପିଏର ଧାରା ୧୫-ଏ ଅଧୀନରେ ୧୦ ବର୍ଷ ଜେଲ୍‌ ଏବଂ ୧୦ ହଜାର ଜରିମାନା କରାଯାଇଛି। ୟୁଏପିଏର ଧାରା ୧୭ ଅନୁଯାୟୀ ଆଜୀବନ କାରାଦଣ୍ଡ ଏବଂ ୧୦ ଲକ୍ଷ ଜରିମାନା ହୋଇଛି। ଜରିମାନା ଅର୍ଥ ପୈଠ ନକଲେ ଅତିରିକ୍ତ ଅଢ଼େଇ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ। ୟୁଏପିଏର ଧାରା ୧୮ ଅଧୀନରେ ୧୦ ବର୍ଷ ଜେଲ୍‌ ଏବଂ ୧୦ ହଜାର ଜରିମାନା ହୋଇଛି। ୟୁଏପିଏର ଧାରା ୨୦ ଅଧୀନରେ ମଧ୍ୟ ୟାସିନ ମଲିକଙ୍କୁ ୧୦ ବର୍ଷ ଜେଲ୍‌ ଏବଂ ୧୦ ହଜାର ଜରିମାନା ହୋଇଛି। ଅନ୍ୟପକ୍ଷେ ୟୁଏପିଏର ଧାରା ୩୮ ଏବଂ ୩୯ ଅଧୀନରେ ୫ ବର୍ଷ ଜେଲ୍‌ ଏବଂ ୫ ହଜାର ଜରିମାନା କରାଯାଇଛି।

ୟାସିନ ମଲିକ ବିରୋଧରେ ରାୟ ଆସିବା ପୂର୍ବରୁ ଆଜି ଶ୍ରୀନଗରରେ ତାଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇଛନ୍ତି। ‌ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ସହ ପୁଲିସ ଉପରେ ଆକ୍ରମଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀନଗରର କିଛି ଅଂଶରେ ଆଜି ଆଂଶିକ ସଟ୍‌ଡାଉନ୍‌ ‌ହୋଇଛି। ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି। ଆଜି କୋର୍ଟ ବାହାରେ ମଧ୍ୟ ପଥର ମାଡ଼ ହୋଇଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ