ଖେଳ

ଟି-୨୦ ବିଶ୍ୱ କପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇ ପାରନ୍ତି ଅନିଲ କୁମ୍ବଲେ, ବଢିପାରେ କୋହଲିଙ୍କ ମୁସ୍କିଲ !

ନୂଆଦିଲ୍ଲୀ : ୟୁଏଇ ଓ ଓମାନରେ ଖେଳା ଯିବାକୁ ଥିବା ଆଇସିସି ଟି-୨୦ ବିଶ୍ୱ କପ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ନୂତନ କୋଚ୍ ସନ୍ଧାନରେ ରହିଛି । କୁହାଯାଉଛି ଯେ, ଭାରତୀୟ ଦଳର ପୂର୍ବତନ କୋଚ୍ ଅନିଲ କୁମ୍ବଲେଙ୍କୁ ପୁଣି ଥରେ ଦଳକୁ ଫେରି ପାରନ୍ତି । ଖବର ମୁତାବକ ଅନିଲ କୁମ୍ବଲେ ଦଳର ମୁଖ୍ୟ କୋଚ୍ ହେବାକୁ ସହମତି ପ୍ରକାଶ କରିଛନ୍ତି ।

ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ ଏହି କଥା କାହାକୁ ଅଛପା ନୁହେଁ ଯେ, ଅନିଲ କୁମ୍ବଲେ ମୁଖ୍ୟ କୋଚ୍ ଭାବେ ନିଜର ପ୍ରଥମ କାର୍ଯ୍ୟକାଳରେ ଭଲ କାମ କରିଥିଲେ । ଏବେ ଏହି ପୂର୍ବତନ ଅଧିନାୟକଙ୍କ ଉପରେ ନିର୍ଭର କରେ ଯେ, ସେ ଦ୍ୱିତୀୟ ଥର ଭାରତୀୟ ଦଳର କୋଚ୍ ହେବେ କି ନାହିଁ । ଯଦି କୁମ୍ବଲେ ଭାରତୀୟ ଦଳର ମୁଖ୍ୟ କୋଚ୍ ହୁଅନ୍ତି ତେବେ ଅଧିନାୟକ ବିରାଟ କୋହଲିଙ୍କ ମୁସ୍କିଲ ବଢିପାରେ । କାରଣ ଉଭୟଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଛି ।

୨୦୧୭ରେ ମୁଖ୍ୟ କୋଚ୍ ପଦରୁ ଦେଇଥିଲେ ଇସ୍ତଫା

ଅନିଲ କୁମ୍ବଲେ ୨୦୧୭ରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ । ସେହି ସମୟରେ ଅନେକ ଖବର ସାମ୍ନାକୁ ଆସିଥିଲା ଯେ, ଅଧିନାୟକ ବିରାଟ କୋହଲି ଏବଂ କୋଚ୍ କୁମ୍ବଲେଙ୍କ ମଧ୍ୟରେ ମତଭେଦ ରହିଛି । ଏହା ପରେ କୁମ୍ବଲେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ । ପରେ ବିସିସିଆଇ ରବି ଶାସ୍ତ୍ରୀଙ୍କୁ କୋଚ୍ ଭାବେ ନିଯୁକ୍ତ କରିଥିଲା । ଏବେ ଟି-୨୦ ବିଶ୍ୱ କପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି ।

୨୦୧୬ରେ ଅନିଲ କୁମ୍ବଲେଙ୍କୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ କରାଯାଇଥିଲା । ତାଙ୍କ କୋଚିଂ ସମୟରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିଥିଲା । ହେଲେ ଫାଇନାଲରେ ଭାରତକୁ ପାକିସ୍ତାନ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଉଲ୍ଲେଖନୀୟ ବର୍ତ୍ତମାନ କୁମ୍ବଲେ ଆଇପିଏଲ ଟିମ୍ ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍ ଅଛନ୍ତି । କୁହାଯାଉଛି ଯେ, ବିସିସିଆଇ କୁମ୍ବଲେଙ୍କୁ ଯୋଗାଯୋଗ କରିବା ପୂର୍ବରୁ ଶ୍ରୀଲଙ୍କାର ମୋହଲେ ଜୟବର୍ଦ୍ଧନେଙ୍କ ସହ ଯୋଗାଯୋଗ କରିଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ