ଖେଳ ଦେଶ ବିଦେଶ

ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ଉପଭୋଗ କରିବେ ୨୫ ହଜାର ଦର୍ଶକ, ସମସ୍ତ ଟିକେଟ୍‌ ବିକ୍ରି ଶେଷ

ଦୁବାଇ: ଆସନ୍ତା ୧୪ ତାରିଖ ଦିନ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚକୁ ଉପଭୋଗ କରିବେ ୨୫ ହଜାର ଦର୍ଶକ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମର ଦର୍ଶକ କ୍ଷମତା ୨୫ ହଜାର ହୋଇଥିବା ବେଳେ ସମସ୍ତ ଟିକେଟ ବିକ୍ରି ସରିଛି । କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଓ ଏମିରେଟ୍ସ କ୍ରିକେଟ ବୋର୍ଡର ଅନୁରୋଧ କ୍ରମେ ସ୍ଥାନୀୟ କର୍ତ୍ତୁ କ୍ଷ ଫାଇନାଲ ମ୍ୟାଚ ପାଇଁ ୧୦୦ ପ୍ରତିଶତ ଦର୍ଶକଙ୍କ ଉପସ୍ଥିତିକୁ ଅନୁମତି ଦେଇଛନ୍ତି । ତେବେ କୋଭିଡ -୧୯ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ସବୁଠାରୁ ଖୁସିର ବିଷୟ ହେଲା ଯେ କରୋନା ପ୍ରଭାବ ଯୋଗୁ ବିସିଆଇ ଏହି ବିଶ୍ୱକପ ଭାରତରେ ଆୟୋଜନ କରି ପାରିଲା ନାହିଁ । ତେଣୁ ଆଇସିସି ଅନୁମତି କ୍ରମେ ବିସିସିଆଇ ଏମିରେଟ୍ସ କ୍ରିକେଟ ବୋର୍ଡ ସହଯୋଗ କ୍ରମେ ଏଠାରେ ଅନୁଷ୍ଠିତ ହେଲା । ତେବେ କରୋନା ଭୟ ଥିଲେ ହେଁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ କୌଣସି ଖେଳାଳି କିମ୍ବା କର୍ମକର୍ତ୍ତା ବିଶ୍ୱକପ ସମୟରେ ଏହି କରୋନା ମହାମାରୀରେ ସଂକ୍ରମିତ ହୋଇ ନାହାନ୍ତି । କାରଣ କୋଭିଡ-୧୯ ନିୟମକୁ ସଠିକ ପାଳନ କରିବା ଦ୍ୱାରା ବିନା ବାଧାରେ ଏହି ବିଶ୍ୱକପ ସଫଳତାର ସହ ଆୟୋଜିତ ହୋଇ ପାରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ