ଖେଳ ଦେଶ ବିଦେଶ

ଟି-୨୦ ବିଶ୍ଵ କପ୍ ପରେ ଟି-୨୦ ଅନ୍ତର୍ଜାତୀୟ ଖେଳିବା ଛାଡି ପାରନ୍ତି ବିରାଟ କୋହଲି !

ନୂଆଦିଲ୍ଲୀ : ବିରାଟ କୋହଲି ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଭାରତୀୟ ପ୍ରଶଂସକଙ୍କୁ ଜୋରଦାର ଝଟକା ଦେଇଛନ୍ତି। ପ୍ରଥମେ ଭାରତୀୟ ଟି-୨୦ ଦଳରୁ ଅଧିନାୟକ ପଦ ଛାଡିବା ପରେ ଆଇପିଏଲରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିଥିଲେ। ଏବେ ଦୈନିକ ଭାସ୍କରର ଖବର ଅନୁଯାୟୀ, ବିରାଟ କୋହଲି ଟି-୨୦ ବିଶ୍ଵ କପ୍ ପରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ନାହିଁ। ତାଙ୍କୁ ଏହି ଫର୍ମାଟରେ ବହୁତ କମ ଦେଖିବାକୁ ଦର୍ଶକ ପାଇବେ। କୋହଲି ସଂପୂର୍ଣ୍ଣ ଭାବେ ଦିନିକିଆ ଓ ଟେଷ୍ଟ ଉପରେ ଧ୍ୟାନ ଦେବେ।

କୋହଲି ୨୦୧୬ରୁ ଟେଷ୍ଟ , ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟରେ ଭାରତ ସହିତ ଆଇପିଏଲରେ ଆରସିବିର ଅଧିନାୟକତ୍ଵ ଦାୟିତ୍ଵ ସମ୍ଭାଳି ଆସୁଛନ୍ତି। ହେଲେ ସେ ନା ଭାରତୀୟ ଦଳ ନା ଆରସିବିକୁ ଟ୍ରଫି ଦେବାରେ ସଫଳ ହୋଇଛନ୍ତି। କିନ୍ତୁ ଅଧିନାୟକ ଭାବେ ସେ ଟେଷ୍ଟ ଓ ଦିନିକିଆରେ ଦମଦାର ବ୍ୟାଟିଂ କରିଛନ୍ତି ମାତ୍ର ଟି ୨୦ କ୍ରିକେଟରେ ତାଙ୍କ ପ୍ରଦର୍ଶନ କିଛି ମାତ୍ରାରେ ନିମ୍ନଗାମୀ ହୋଇଛି।

ଏହା ବ୍ୟତୀତ କୋହଲି ଗତ ଦୁଇ ବର୍ଷରେ ବଡ ଇନିଂସ ଖେଳି ପାରି ନାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୭୦ ଶତକ ହାସଲ କରି ସାରିଥିବା କୋହଲି ୨୦୧୯ ନଭେମ୍ବର ପରଠୁ ଗୋଟିଏ ହେଲେ ଶତକ ହାସଲ କରି ପାରି ନାହାନ୍ତି। ବ୍ୟାଟିଂ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ କୋହଲି ଟି-୨୦ରୁ ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ କୋହଲି ନଭେମ୍ବର ମାସରେ ୩୩ ବର୍ଷରେ ପଦାର୍ପଣ କରିବେ। ତାଙ୍କ ଫିଟନେସକୁ ଦେଖିଲେ ସେ ଆହୁରି ୪ ରୁ ୫ ବର୍ଷ ଆରାମରେ କ୍ରିକେଟ୍ ଖେଳି ପାରିବେ। କ୍ରିକେଟରେ ଅନେକ ଥର ଏମିତି ଦେଖିବାକୁ ମିଳିଛି ଯେ, ଖେଳାଳି ନିଜ କ୍ୟାରିୟରକୁ ଅଧିକ ଲମ୍ବା କରିବା ପାଇଁ କୌଣସି ଫର୍ମାଟକୁ ଛାଡିଥାନ୍ତି। ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଭିଭିଏସ ଲକ୍ଷ୍ମଣ, ଅନିଲ କୁମ୍ବଲେଙ୍କ ପରି ଦିଗଜ ନିଜର କ୍ୟାରିୟର ଶେଷ ଆଡକୁ କେବଳ ଟେଷ୍ଟ ମ୍ୟାଚ୍ ଖେଳୁଥିଲେ। ସେହି ପରି କୋହଲି ମଧ୍ୟ କୌଣସି ଗୋଟିଏ ଫର୍ମାଟ୍ ଛାଡି ପାରନ୍ତି।

ଦୈନିକ ଭାସ୍କରର ରିପୋର୍ଟ ଅନୁଯାୟୀ, ଟି-୨୦ କ୍ରିକେଟରେ ଅଧିନାୟକ ଛାଡିବା ପରେ ବିରାଟ କୋହଲି ଏହି ଫର୍ମାଟରେ କମ ଖେଳିବାର ଆଶା ରହିଛି। ଭାରତୀୟ ଦଳକୁ ଟି-୨୦ ବିଶ୍ଵ କପ ପରେ ଆରମ୍ଭ ହେଉଥିବା ଘରୋଇ ସିଜିନରେ ୧୪ଟି ଟି-୨୦, ୪ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍ ଖେଳିବ। ଆସନ୍ତା ବର୍ଷ ମଧ୍ୟ ଟି-୨୦ ବିଶ୍ଵ କପ୍ ହେବାକୁ ଯାଉଛି। ତେଣୁ ଏବେ ସମସ୍ତ ଦଳ ଅଧିକ ଟି-୨୦ ମ୍ୟାଚ୍ ଖେଳିବେ। ବିରାଟ କୋହଲି ଆଇପିଏଲ ନିଶ୍ଚୟ ଖେଳିବେ ମାତ୍ର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ସେ ହଟି ପାରନ୍ତି। ଗତ ଚାରି ବର୍ଷରେ କୋହଲି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅନେକ ଥର ବିରତି ନେଇଛନ୍ତି। ତାଙ୍କ ବଦଳରେ ରୋହିତ ଶର୍ମା ୧୯ଟି ମ୍ୟାଚରେ ଅଧିନାୟକ ଦାୟତ୍ଵ ତୁଲାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ