ଖେଳ ଦେଶ ବିଦେଶ

ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା

ନୂଆଦିଲ୍ଲୀ, ୨୧|୦୧: ଅଷ୍ଟ୍ରେଲିଆର ଚଳିତ ବର୍ଷ ଅନୁଷ୍ଠିତ ହେବ ଟି୨୦ ବିଶ୍ୱକପ୍ । ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଜାରି କରିଛି । ଏବେ ଅଷ୍ଟ୍ରେଲିଆ ଟିମ୍ ଟି୨୦ ଚାମ୍ପିଅନ ରହିଛି । ଯଦି ଏପରି ସ୍ଥିତିରେ କଙ୍ଗାରୁ ମାଟିରେ ଟି୨୦ ବିଶ୍ୱକପ ଖେଳାଯାଏ ତେବେ ଘରୋଇ ଦଳର ଦବଦବା ଅଧିକ ରହିବ । ଆହୁରି ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମହା ମୁକାବିଲା ।


ଆଇସିସି ଶୁକ୍ରବାର ସକାଳେ ଖେଳସୂଚୀ ଜାରି କରିଛି । ଟି୨୦ ବିଶ୍ୱକପ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ୨୨ ତାରିଖରୁ ସୁପର ୧୨ ଖେଳାଯିବ । ଯେଉଁଥିରେ ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ୨୩ ତାରିଖରେ ପାକିସ୍ତାନ ସହ ମୁହାଁମୁହିଁ ହେବ ଭାରତ ।

ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଏବଂ ଅନ୍ୟ ଦୁଇ କ୍ୱାଲିଫାୟାର ଟିମ୍ ଗୋଟିଏ ଗ୍ରୁପରେ ରହିବେ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ନଭେମ୍ବର ୨୩ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେବେ ଓ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ମ୍ୟାଚ୍ ଆୟୋଜନ ହେବ ।


ଟି୨୦ ବିଶ୍ୱକପ ୨୦୨୧ରେ ବି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ତେବେ ପାକିସ୍ତାନ ୧୦ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଥିଲା । ଆଗାମୀ ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରତିଶୋଧ ଲକ୍ଷ୍ୟରେ ରହିବ ।

ଗ୍ରୁପ୍-୧-ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଆଫାଗାନିସ୍ତାନ

ଗ୍ରୁପ-୨- ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ