ଖେଳ ଦେଶ ବିଦେଶ

ଟିମ୍‌ ଇଣ୍ଡିଆ ପାଇଁ ଗୁଡ୍‌ ନ୍ୟୁଜ୍‌, ପଞ୍ଚମ ଟେଷ୍ଟ ପୂର୍ବରୁ ଇଂଲଣ୍ଡର ଷ୍ଟାର୍‌ ବୋଲର ଏକାଦଶରୁ ଆଉଟ୍‌

ନୂଆଦିଲ୍ଲୀ ୨୩।୦୬ : ଆସନ୍ତା ମାସରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ ମ୍ୟାଚ୍‌ । ଏହାପୂର୍ବରୁ ଗୁରୁବାର ଦିନ ଅଭ୍ୟାସ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ । କିନ୍ତୁ ଏହାପୂର୍ବରୁ ଇଂଲଣ୍ଡ ଟିମ୍‌କୁ ଲାଗିଛି ଜୋରଦାର୍‌ ଝଟ୍‌କା । ପ୍ରଥମ ଟେଷ୍ଟରୁ ବାଦ୍‌ ପଡିବେ ଇଂଲଣ୍ଡ ଟିମ୍‌ର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ୍‌ ।

ଖବର ଅନୁଯାୟୀ, ଜୁଲାଇ ୧ରୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ମ୍ୟାଚ୍‌ । ୨୦୨୧ରେ ପାଞ୍ଚିଟିକିଆ ଟେଷ୍ଟ ସିରିଜ୍‌ ଖେଳାଯାଉଥିଲା । କୋଭିଡ଼ କାରଣରୁ ଅନ୍ତିମ ତଥା ପଞ୍ଚମ ଟେଷ୍ଟ ମ୍ୟାଚ୍‌ ରହିଯାଇଥିଲା । ଏବେ ଭାରତୀୟ ଟିମ୍‌ର ଇଂଲଣ୍ଡ ଗସ୍ତ ସମୟରେ ବାକି ଥିବା ଶେଷ ମ୍ୟାଚ୍‌ଟି ଖେଳାଯିବ । କିନ୍ତୁ ତାପୂର୍ବରୁ ଟିମ୍‌ ଇଂଲଣ୍ଡକୁ ଲାଗିଛି ଜୋରଦାର ଝଟ୍‌କା । ଗୋଇଠିରେ ଆଘାତ ଲାଗିଥିବାରୁ ଭେଟେରାନ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ୍‌ଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ନବାଗତ ଜାମି ଓଭରଟନ୍‌ଙ୍କୁ ଏକାଦଶରେ ସୁଯୋଗ ମିଳିଛି ବୋଲି ଅଧିନାୟକ ବେନ୍‌ ଷ୍ଟୋକ୍ସ କହିଛନ୍ତି ।

ଇଂଲଣ୍ଡ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହା ଆମ ପାଇଁ ଏକ ଦୁର୍ଭାଗ୍ୟର ସମୟ । ବଡ଼ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଆମର ଷ୍ଟାର ବୋଲର୍‌ ଟିମ୍‌ରୁ ଆଉଟ୍‌ ହୋଇଛନ୍ତି । ତେବେ ଆମେ ଏବେ ଯାଏଁ ସ୍ପଷ୍ଟ ହୋଇନାହୁ ଯେ, ତାଙ୍କ ଆଘାତ କେତେ ଗମ୍ଭୀର, ତଥାପି ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଆମେ ଆଶା କରୁଛି । ସେହିପରି ଜାମି ଓଭରଟନ୍‌ ଏହି ମ୍ୟାଚ୍‌ ଦ୍ୱାରା ଆନ୍ତର୍ଜାତୀକ କ୍ରିକେଟ୍‌ରେ ପଦାର୍ପଣ କରିବେ ।

ଘୋଷିତ ଏକାଦଶ: ଆଲେକ୍ସ ଲି, ଜ୍ୟାକ୍‌ କ୍ରଲି, ଓଲି ପୋପ୍‌, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ୍‌ ଷ୍ଟୋକ୍ସ (ଅଧିନାୟକ), ବେନ ଫୋକ୍ସ, ମାଥ୍ୟୁ ପୋଟ୍ସ, ଜାମି ଓଭରଟନ୍‌, ଷ୍ଟୁଆର୍ଟ ବ୍ରଡ଼, ଜ୍ୟାକ୍‌ ଲିଚ୍।

ସୂଚନାଯୋଗ୍ୟ ଯେ, ଆଣ୍ଡରସନ ୬୫୧ଟି ଓ୍ୱିକେଟ୍‌ ନେଇ ଟେଷ୍ଟ କ୍ରିକେଟ୍‌ରେ ସବୁଠାରୁ ଅଧିକ ବ୍ୟାଟସମ୍ୟାନ୍‌କୁ ଶିକାର କରିବାରେ ୩ୟ ସ୍ଥାନରେ ରହିଛନ୍ତି । ଆଣ୍ଡରସନଙ୍କ ଠାରୁ ମୁଥିଆ ମୁରଲୀଧରନ ୮୦୦ ଓ୍ୱିକେଟ୍‌ ଏବଂ ସେନ୍ ଓ୍ୱାର୍ଣ୍ଣ ୭୦୮ ଓ୍ୱିକେଟ୍‌ ନେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ