ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଟିମ୍‌ ଇଣ୍ଡିଆକୁ ଝଟ୍‌କା, କରୋନା ସଂକ୍ରମିତ ହେଲେ ରବିଚନ୍ଦ୍ରନ୍‌ ଅଶ୍ୱିନୀ

ମୁମ୍ବାଇ ୨୧।୦୬ : ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା । ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ସେ ଅଭ୍ୟାସ୍‌ ମ୍ୟାଚ୍‌ରୁ ବାଦ୍‌ ପଡିବା ସମ୍ଭାବନା ରହିଛି ।

ମିଳିଥିବା ଖବର ଅନୁଯାୟୀ, ୟୁକେ ଅଭିମୁଖେ ଗସ୍ତ କରିସାରିଛି ଟିମ୍‌ ଇଣ୍ଡିଆ । କିନ୍ତୁ ଏଥିରେ ରବିଚନ୍ଦ୍ରନ ଅଶ୍ୱିନୀ ଗସ୍ତ ଯାଇନାହାନ୍ତି । କାହିଁକି ନା ଟିମ୍‌ ଗସ୍ତ ପୂର୍ବରୁ ସମସ୍ତ ସଦସ୍ୟଙ୍କର କୋଭିଡ଼ ପରୀକ୍ଷଣ କରାଯାଇଥିଲା । ଏଥିରେ ଅଶ୍ୱିନୀ ପଜିଟିଭ୍‌ ଥିବା ଜଣାପଡିଛି । ଯାହାପରେ ଏହି ଷ୍ଟାର୍‌ ସ୍ପିନରଙ୍କ ଗସ୍ତ ଉପରେ କଟକଣା ଲାଗିଥିଲା । କରୋନାରେ ସଂକ୍ରମିତ ହେବା ପରେ ଅଶ୍ୱିନୀ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟମିତ ଭାବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ତେବେ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ କୋଭିଡରୁ ଅଶ୍ୱିନୀ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି । କିନ୍ତୁ ଅଭ୍ୟାସ୍‌ ମ୍ୟାଚ୍‌ରୁ ବାଦ୍‌ ପଡିପାରନ୍ତି ଅଶ୍ୱିନୀ । ଟିମ୍‌ ଇଣ୍ଡିଆ ଜୁଲାଇରେ ୧ରେ ଇଂଲଣ୍ଡ ସହିତ ଭାରତର ଟେଷ୍ଟ ମୁକାବିଲା ରହିଛି । କୋଭିଡ କାରଣରୁ ବାକି ଥିବା ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ