ଦେଶ ବିଦେଶ ମନୋରଞ୍ଜନ

ଟିକ୍‌ଟକ୍ ଷ୍ଟାର୍‌ଙ୍କ ଆତ୍ମହତ୍ୟା : ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ ଲେଖିଥିଲେ ‘ଏହା ମୋର ଶେଷ ପୋଷ୍ଟ’

ଓ୍ବାଶିଂଟନ୍ ୧୨।୨: ଆମେରିକାର ଟିକ୍ ଟକ୍ ଷ୍ଟାର୍ ଡାଝରିଆ ଶଫର ଆତ୍ମହତ୍ୟା କରିଛନ୍ତି । ସୋସିଆଲ ମିଡିଆରେ Bxbygirlldee ଏବଂ Dee ନାଁରେ ସେ ବେଶ୍ ଜଣାଶୁଣା । ତାଙ୍କ ବୟସ ମାତ୍ର ୧୮ ବର୍ଷ । ଡାଝରିଆଙ୍କ ମୃତ୍ୟୁ ପରେ ତାଙ୍କ ଫ୍ୟାନ୍ସ ସ୍ତବ୍ଧ ହୋଇଯାଇଛନ୍ତି । ପରିବାର ଲୋକଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି । ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ମୃତ୍ୟୁର ତିନି ଦିନ ପୂର୍ବରୁ ଡାଝରିଆ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ ବୋଲି ଲେଖି କିଛି ଷ୍ଟୋରୀ ସେୟାର କରିଥିଲେ । ଏହି ଷ୍ଟୋରୀରେ ଗୋଟିଏ ଭିଡିଓରେ ଡାଝରିଆ ଲେଖିଥିଲେ, ମୁଁ ଜାଣିଛି ଯେ, ମୁଁ ଆପଣ ସମସ୍ତଙ୍କୁ ହଇରାଣ କରୁଛି ଏବଂ ଏହା ମୋର ଶେଷ ପୋଷ୍ଟ ।

ଡାଝରିଆଙ୍କ ଫ୍ୟାନ୍ସ ଏବଂ ଫୋଲଅର୍ସ ଅଧିକ ଥିଲେ । ଅନ୍ୟପଟେ ଟିକଟକ୍ ରେ ତାଙ୍କ ପ୍ରାୟ ୧.୪ ମିଲିୟନ୍ ଫଲୋଅର୍ସ ରହିଥିଲେ । ଅନ୍ୟପଟେ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ରେ ମଧ୍ୟ ଅଧିକ ଫ୍ୟାନ୍ସ ଅଛନ୍ତି । ଏକ ରିପୋର୍ଟ ଅନୁସାରେ ଡାଝରିଆ ସୋମବାର ଦିନ କହିଥିଲେ ଯେ, ଟିକଟକ୍ ତାଙ୍କୁ ବ୍ଲକ୍ କରିଦେଇଥିଲା ଏବଂ ତାଙ୍କୁ ଏ ନେଇ କିଛି ସୂଚନା ଦିଆଯାଇନଥିଲା ।

ଝିଅଙ୍କ ମୃତ୍ୟୁ ପରେ ଡାଝରିଆଙ୍କ ବାପା ଜୋସେଫ କହିଛନ୍ତି, ସେ ମୋର ଭଲ ବନ୍ଧୁ ଥିଲା । ତାକୁ ଚାଡିବାକୁ ମୋତେ ଜମା ଇଚ୍ଛା ନଥିଲା । ସମସ୍ୟା ବିଷୟରେ ତାକୁ ମୋ ସହ କଥା ହେବାର ଥିଲା । ଆମେ ଜାଣିଥିଲେ କିଛି କରିପାରିଥାନ୍ତୁ । ଏବେ ମୁଁ ଘରକୁ ଗଲେ ମୋତେ ମୋ ଝିଅ ଅପେକ୍ଷା କରିନଥିବ । ଯେଉଁମାନେ ମୋ ଝିଅକୁ ସହଯୋଗ କରିଥିଲେ ସେମାନଙ୍କୁ ଧନ୍ୟବାଦ । ଡାଝରିଆଙ୍କ ମା କହିଥିଲେ ମୁଁ ଏହାକୁ ବାସ୍ତବରେ ବିଶ୍ବାସ କରିପାରୁନାହିଁ । ଭଗବାନ ମୋ ଏଞ୍ଜେଲର ଆତ୍ମାକୁ ଶାନ୍ତି ଦିଅନ୍ତୁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ