ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ଟିକା ପ୍ରସ୍ତୁତି ତଦାରଖ ଅଭିଯାନରେ ମୋଦୀ, ଅହମ୍ମଦାବାଦର ଡାଇଡସ୍‌ ବାୟୋଟେକ୍‌ ପାର୍କରେ ପହଞ୍ଚି କଲେ ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ: କୋଭିଡ ଟିକାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦଠାରେ ଯାଇ ପହଞ୍ଚି ସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦ ବିମାନ ବନ୍ଦରରୁ ଡାଇଡସ୍‌ ବାୟୋଟେକ୍‌ ପାର୍କରେ ଯାଇ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ମୋଦୀ ଟିକା ପ୍ରସ୍ତୁତି ନେଇ ଗବେଷକ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଛନ୍ତି। ଟିକା ଉତ୍ପାଦନରେ ଅଗ୍ରଗତି ବିଷୟରେ ପଚାରି ବୁଝିଉନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଡାଇଡସ୍‌ ବାୟୋଟେକ୍‌ ପାର୍କ ଅହମ୍ମଦାବାଦ ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ। ଅହମ୍ମଦାବାଦ୍‌ରୁ ମୋଦୀ ସିଧା ହାଇଦ୍ରାବାଦେ୍‌ ଅଭିମୁଖେ ଯାତ୍ରା କରିବାର ଯୋଜନା ରହିଛି। ହାଇଦ୍ରାବାଦ୍‌ରେ ପହଞ୍ଚି ‌ସେଠାରେ ଥିବା ଟିକା ନିର୍ମାଣକାରି ସଂସ୍ଥା ଭାରତ ବାୟୋଟେକ୍‌କୁ ଯିବେ। ସେଠାରେ ବୁଲି ମଧ୍ୟ ଟିକା ପ୍ରସ୍ତୁତିକୁ ନେଇ ତଦାରଖ କରିବେ। ଶେଷରେ ତାଙ୍କର ପୁଣେ ଗସ୍ତର ଯୋଜନା ରହିଛି। ପୁଣେସ୍ଥିିତ ସେରମ୍ ଇନଷ୍ଟିଚ୍ୟୁଟ୍ ବୁଲି ବୈଜ୍ଞାନିକମାନଙ୍କ ସହ ଟିକା ପ୍ରସ୍ତୁତିକୁ ନେଇ ଆଲୋଚନା କରିବେ।

ମାଇକ୍ରୋ ବ୍ଲଗିଂ ସାଇଟ୍‌ରେ ମୋଦୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କର ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଗସ୍ତ ସଂପର୍କରେ ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଏହି ୩ଟି ସହର ଗସ୍ତ କରି ବ୍ୟକ୍ତିଗତ ଭାବେ ଟିକାର ବିକାଶ, ପ୍ରସ୍ତୁତି ଏବଂ ସ୍ଥିତି ସମୀକ୍ଷା କରିବେ। ଏହି ତିନି କମ୍ପାନୀର ଟିକା ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବୈଜ୍ଞାନିକମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି କୁହାଯାଉଛି। ଅପରପକ୍ଷେ, ପ୍ରଧାନମନ୍ତ୍ରୀ ଭାରତରେ ଟିକାର ବିକାଶ, ପ୍ରସ୍ତୁତି ଓ ବଣ୍ଟନ ନେଇ ପ୍ରସ୍ତୁତ ରୋଡ୍‌ମ୍ୟାପ୍‌ର ସମୀକ୍ଷା କରିବେ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର