ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଟିକା ନେବା ସମୟ କଟକଣା ହଟିଲା ଯେକୌଣସି ସମୟରେ ଟିକା ନେଇହେବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ଟିକା ନେବାପାଇଁ ଏବେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ରହିବ ନାହିଁ। କେନ୍ଦ୍ର ସରକାର ଏ ବାବଦ କଟକଣା ଆଜି ହଟାଇ ଦେଇଛନ୍ତି। ଯେକୌଣସି ଦିନ ଯେ କୌଣସି ସମୟରେ ଲୋକମାନେ ନିଜ ସୁବିଧାରେ ଟିକା ନେଇପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ୨୪ ଘଣ୍ଟା ଏବଂ ସପ୍ତାହରେ ୭ ଦିନ ମଧ୍ୟରୁ ଯେ କୌଣସି ସମୟରେ ସେମାନଙ୍କ ସୁବିଧା ଅନୁଯାୟୀ ଟିକା ନେଇପାରିବେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ସମୟ ଏବଂ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଏଭଳି ପଦକ୍ଷେପକୁ ପ୍ରୋତ୍ସାହିତ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ପୂର୍ବରୁ ସକାଳ ୯ରୁ ସନ୍ଧ୍ୟା ୫ଟା‌ ପର୍ଯ୍ୟନ୍ତ ଟିକାକରଣ ପାଇଁ ବ୍ୟବସ୍ଥା ଥିଲା। ଏବେ ହସ୍ପିଟାଲ୍‌ମାନେ ଯେତେ ସମୟ ପର୍ଯ୍ୟନ୍ତ ଚାହିବେ ଟିକାକରଣ କାର୍ଯ୍ୟ ଜାରି ରଖିବେ। ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାର ୨ଦିନ ମଧ୍ୟରେ ୫.୯୪ ଲକ୍ଷ ଲୋକ ଟିକା ନେଇଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ବ ୫.୨୨ ଲକ୍ଷ ଏବଂ ୪୫ରୁ ୬୦ ବର୍ଷ ମଧ୍ୟରେ ୭୧,୮୯୬ ଜଣ ଟିକା ନେଇଛନ୍ତି। ଏଯାବତ୍‌ ବିଭିନ୍ନ ଟିକାକରଣ କେନ୍ଦ୍ରରେ ୧.୫୬ କୋଟି ଲୋକ କରୋନା ଟିକା ନେଇଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର