ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଟିକା ନେବା ପରେ କରୋନା ସଂକ୍ରମିତ ହେଲେ ଡାକ୍ତର, ଦ୍ୱିତୀୟ ଡୋଜ୍ ନେଇ ମଧ୍ୟ ପଜିଟିଭ୍ ଚିହ୍ନଟ

ରାଉରକେଲା,୦୭/୦୩: ଟିକା ନେବା ପରେ କରୋନା ପଜିଟିଭ୍ ହେଲେ ଡାକ୍ତର । ଟିକାର ଉଭୟ ଡୋଜ୍ ନେବା ପରେ ବି ହେଲେ ସଂକ୍ରମିତ । ଏପରି ଘଟଣା ସାମ୍ନାକୁ ଆସିଛି ରାଉରକେଲାରେ । ଡାକ୍ତରଜଣଙ୍କ ପଜିଟିଭ୍‌ ହେବା ନେଇ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ଆରଜିଏଚ୍‌ରେ ଡିଏମ୍‌ଏଫ୍‌ ପାଣ୍ଠିରୁ କାର୍ଯ୍ୟରତ ଜଣେ ୭୧ ବର୍ଷ ବୟସର ଡାକ୍ତର କରୋନା ଯୋଦ୍ଧା ଭାବେ ଗତ ଜାନୁଆରୀ ୧୬ ତାରିଖ କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍ ନେଇଥିଲେ । ଏହାପରେ ସେ ଦ୍ୱିତୀୟ ଡୋଜ୍ ଫେବ୍ରୁଆରୀ ମାସ ୧୫ ତାରିଖ ନେଇଥିଲେ ।

ତେବେ ଫେବୃଆରୀ ମାସ ଶେଷ ଆଡକୁ ତାଙ୍କୁ ଥଣ୍ଡା ନ ଛାଡିବାରୁ ସେ ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ୍‌ ପଠାଇଥିଲେ । ଗତ ୪ ତାରିଖ ଦିନ ତାଙ୍କର କୋଭିଡ ପଜିଟିଭ୍‌ ବୋଲି ରିପୋର୍ଟ ଆସିଥିଲା । ବର୍ତ୍ତମାନ ସେ ଘରେ ଚିକିତ୍ସାଧିନ ଅଛନ୍ତି । ଏହି ଖବର ପ୍ରଚାର ହେବା ପରେ ସହରରେ ଆଲୋଡନ ଖେଳିଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ