ମନୋରଞ୍ଜନ

ଟିକାକରଣକୁ ନେଇ ସତର୍କ ବାର୍ତ୍ତା ଦେଇ ଇନ୍‌ଷ୍ଟା ପୋଷ୍ଟ୍‌ କଲେ ସୋନମ କପୁର

ମୁମ୍ବାଇ: କରୋନା ଭାଇରସର ଦ୍ବିତୀୟ ଲହର ସାରା ଜନଜଗତ୍ରକୁ ଆତଙ୍କିତ କରିଥିବା ବେଳେ ସେଲିବ୍ରିଟିମାନେ ଏହି ସଙ୍କଟର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଅଭିନେତ୍ରୀ ସୋନମ କପୁର କୋଭିଡ୍‌-୧୯କୁ ନେଇ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ସତର୍କତାମୂଳକ ବାର୍ତ୍ତା ପ୍ରଦାନ କରିଛନ୍ତି।

ସେ ଶୁକ୍ରବାର ଟିକାକରଣକୁ ନେଇ ଏକ ଗାଇଡ୍ ସେୟାର କରିବା ସହ ସମସ୍ତଙ୍କୁ ଟିକା ନେବା ପାଇଁ ନିବେଦନ କରିଛନ୍ତି। ସେ ସମସ୍ତଙ୍କୁ କରୋନା ଟିକା ନେବାକୁ ପଞ୍ଜିକରଣ କରିବାକୁ ତାଙ୍କ ପୋଷ୍ଟ୍‌ରେ କହିଥିବାର ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ସୋନମ ନିକଟ ଅତୀତରେ ତାଙ୍କ ବାପା ଅନୀଲ କପୁରଙ୍କ ସହ ‘ଏକେ ଭର୍ସେସ୍‌ ଏକେ’ରେ ପରଦା ସେୟାର୍‌ କରିଥିଲେ। ତାଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଥିଲେ ଅନୁରାଗ କାଶ୍ୟପ। ଆଗକୁ ସେ ‘ବ୍ଲାଇଣ୍ଡ’ ନାମକ ଏକ କ୍ରାଇମ୍ ଥ୍ରିଲରରେ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ