ଦେଶ ବିଦେଶ ସ୍ୱାସ୍ଥ୍ୟ

ଟିକାକରଣକୁ ନେଇ ମୋଦୀଙ୍କୁ ମନମୋହନ ସିଂହଙ୍କ ଚିଠି, ଦେଲେ ୫ ପରାମର୍ଶ

ନୂଆଦିଲ୍ଲୀ ୧୮/୪: ଦେଶରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ। ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ପାର କରିଥିବା ବେଳେ ମୃତକଙ୍କ ସଂଖ୍ୟ ୧୫୦୦ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ସ୍ଥିତି ସମୀକ୍ଷା କରୁଥିବା ବେଳେ ହସ୍ପିଟାଲରେ ବେଡ୍‌ ସଂଖ୍ୟା ଶୀଘ୍ର ବୃଦ୍ଧି କରିବାକୁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଅନ୍ୟପଟେ ଦେଶରେ କରୋନା ଟିକାକରଣ ଚାଲିଛି। ଏହାକୁ ଜୋରଦାର କରିବାକୁ ବିଭିନ୍ନ ରାଜ୍ୟ ଏବଂ ରାଜନେତା ଅପିଲ୍‌ କରୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ଡ. ମନମୋହନ ସିଂହ ଟିକାକରଣ ଦ୍ରୁତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ମାଧ୍ୟମରେ ପରାମର୍ଶ ଦେଇଛନ୍ତି।

କରୋନା ମହାମାରୀର ଧ୍ବଂସଲୀଲା ସମ୍ପର୍କରେ ଲେଖିବା ସହ ଟିକକରଣକୁ ନେଇ ସେ ଆଉ ୫ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଏଥିରେ ୪୫ ବର୍ଷରୁ କମ୍‌ ବୟସର ଲୋକଙ୍କୁ କରୋନା ଟିକା ଦେବାକୁ କହିଛନ୍ତି। କରୋନା ମହାମାରୀ ସମୟରେ ଟିକାକରଣ ମହତ୍ବପୂର୍ଣ୍ଣ । କେତେ​‌ ଲୋକଙ୍କୁ ଟିକା ଦିଆଗଲା ତାର ହିସାବ ନକରି ଦେଶର ମୋଟ ଜନସଂଖ୍ୟାର କେତେ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଉଛି ତା ଉପରେ ସରକାର ଫୋକସ୍‌ କରିବା ଦରକାର ବୋଲି ମନମୋହନ ସିଂହ ଲେଖିଛନ୍ତି।

ଏହା ସହ ସେ ଆହୁରି ଲେଖିଛନ୍ତି, ‘ ଭିନ୍ନ ଭିନ୍ନ ଭ୍ୟାକସିନ ଉତ୍ପାଦକଙ୍କୁ ଟିକା ପାଇଁ କେତେ ଅର୍ଡର ଦିଆଯାଇଛି ଏବଂ ରାଜ୍ୟଗୁଡ଼ିକୁ କେବେ ଚାହିଦା ଅନୁସାରେ ଟିକା ମିଳିବ ସେନେଇ ସରକାର ସ୍ପଷ୍ଟ କରନ୍ତୁ। ଏହା ସହ ଯଦି ସରକାର ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଚାହୁଁଛନ୍ତି ତେବେ ଅଗ୍ରୀମ ପର୍ଯ୍ୟାପ୍ତ ପରିମାଣରେ ଟିକା ପାଇଁ ଅର୍ଡର ଦେବାକୁ ପଡ଼ିବ । ଏହା ଦ୍ବାରା କମ୍ପାନୀଗୁଡ଼ିକ ସମୟ ପୂର୍ବରୁ ଉତ୍ପାଦନ କରିପାରିବେ।’

ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସରକାରଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ କେଉଁ ସୂତ୍ର ଆଧାରରେ ଏହି ସବୁ ଟିକା ଠିକ ସମୟରେ ରାଜ୍ୟଗୁଡ଼ିକୁ ବିତରଣ କରାଯିବ। କେନ୍ଦ୍ର ସରକାର ଆଗାମୀ ଚାହିଦାକୁ ନଜରରେ ରଖି ୧୦ ପ୍ରତିଶତ ଟିକା ରଖିପାରିବେ । କିନ୍ତୁ ବାକି ଟିକାକୁ ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ବ୍ୟବହାର କରାଯିବା ଦରକାର ବୋଲି ମନମୋହନ ସିଂହ ଲେଖିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ