ଖେଳ ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ

ଟିଏମସିରେ ସାମିଲ ହେବେ କ୍ରିକେଟର ମନୋଜ ତିୱାରୀ: କହିଲେ-‘ମୁଁ ଦିଦିଙ୍କୁ ଏକା ଛାଡି ପାରିବିନି’

କୋଲକାତା ୨୪/୦୨ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାର ଅଛି। ଏଥିପାଇଁ ଅନେକ ରାଜନୈତିକ ଦଳ ନୂଆ ମୁହଁ ଓ ସେଲିବ୍ରିଟିଙ୍କୁ ସାମିଲ କରୁଛନ୍ତି। ଇତି ମଧ୍ୟରେ କ୍ରିକେଟର ମନୋଜ ତିୱାରୀ ବୁଧବାର ଦିନ ତୃଣମୂଳ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ଆଜି ହୁଗୁଳୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଲି ଅଛି। ଏହି ରାଲିରେ ମନୋଜ ତିୱାରୀ ଟିମଏସିରେ ସାମିଲ ହୋଇ ରାଜନୈତିକ ଇନିଂସ ଆରମ୍ଭ କରିବେ। ମନୋଜ ତିୱାରୀ କହିଛନ୍ତି, “ମୋତେ କଠିନ ପିଚରେ ତୃଣମୂଳ କଂଗ୍ରେସ ପାଇଁ ବ୍ୟାଟିଂ କରିବାର ଅଛି “

ଟିଏମସିରେ ସାମିଲ ହେବାନେଇ ସେ କହିଛନ୍ତି ଯେ ରାଜନୀତି ମଇଦାନକୁ ଓହ୍ଲାଇବାକୁ ତାଙ୍କୁ ଦିଦିଙ୍କ ଠାରୁ ପ୍ରେରଣା ମିଳିଛି। ଏକ ଇଣ୍ଟରଭ୍ୟୁରେ ମନୋଜ କହିଛନ୍ତି, “ମୁଁ ଖାଲି ନାଁର ନୁହଁ କାମର ନେତା ହେବାକୁ ଚାହୁଁଛି। ମମତା ବାନାର୍ଜୀ ମୋ ଉପରେ ଭରସା କରିଛନ୍ତି। ମୁଁ ଦିଦିଙ୍କୁ ଏକା ଛାଡି ପାରିବିନି।”

ସେ ବହୁତ ପରିଶ୍ରମ ପରେ ରାଜନୀତିକୁ ଆସୁଛନ୍ତି ବୋଲି କହିଛନ୍ତି। କ୍ରିକେଟ ଖେଳି ବହୁତ କିଛି ହାସଲ କରିଛନ୍ତି ଏବଂ ଏବେ ଜନତାଙ୍କ ପାଇଁ କାମ କରିବା ସମୟ ଆସିଛି। ଆର୍ଥିକ ସଙ୍କଟ କଣ ସେ ଦେଖିଛନ୍ତି। ଗରିବଙ୍କ ଦୁଃଖ କଣ ସେ ଭଲ ଭାବେ ଜାଣିଛନ୍ତି। ସେଥିପାଇଁ ସେ ଜନତାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

ମନୋଜ ତିୱାରୀ ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ହେଲାଣି। ଗରିବ, କୃଷକଙ୍କ ଅବସ୍ଥା ସଙ୍କଟାପନ୍ନ। ଗରିବଙ୍କ ଦୁଃଖ ଦୂର କରିବାକୁ ସେ କାମ କରିବାକୁ ଚାହୁଁଛନ୍ତି। ମମତାଙ୍କ ଠାରୁ ପ୍ରେରିତ ହୋଇ ବର୍ତ୍ତମାନ ସେ ରାଜନୀତି ମଇଦାନରେ ଫୁଲ୍ ଟାଇମ୍ ନେତା ଭାବେ ଖେଳିବାକୁ ଆସିଛନ୍ତି ବୋଲି କହିଛନ୍ତି।

ହାୱଡାରେ ଜନ୍ମ ହୋଇଥିବା ମନୋଜ ତିୱାରୀ ୨୦୦୮ ମସିହାରେ ଭାରତୀୟ ଟିମରେ ଡେବ୍ୟୁ କରିଥିଲେ। ସେ ୨୦୧୫ରେ ଟିମ ଇଣ୍ଡିଆରେ ଶେଷ ଏକ ଦିବସୀୟ ମ୍ୟାଚ ଖେଳିଥିଲେ। ମନୋଜ ତିୱାରୀ ୧୨ଟି ଏକ ଦିବସୀୟ ଓ ୩ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି। ୩୫ ବର୍ଷୀୟ ମନୋଜ ତିୱାରୀ ଟି-୨୦ରେ ୧୫ ରନ କରିଥିଲେ। ଏକ ଦିବସୀୟ ମ୍ୟାଚରେ ସେ ମୋଟ ୨୮୭ ରନ କରିଥିଲେ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର