ରାଜ୍ୟ ସ୍ପେଶାଲ ରିପୋର୍ଟ

ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ: ସତ୍ୟକୁ ଅନାବରଣ କରିବା ସାହିତ୍ୟର ଧର୍ମ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର: ସତ୍ୟକୁ ଅନାବରଣ କରିବା ସାହିତ୍ୟର ଧର୍ମ। ଓଡ଼ିଆ ଭାଷାର ବିବିଧତା ଏତେ ବେଶି ଯେ ଏଥିରୁ କେବଳ ମୌଳିକ ଲେଖା ସୃଷ୍ଟି ହୋଇଛି। କିନ୍ତୁ ବିଡ଼ମ୍ବନା ହେଲା, ଜାତୀୟ ସ୍ତରରେ ଓଡ଼ିଆ ସାହିତ୍ୟିକମାନେ ଯେତେ ପରିଚିତ ହୋଇପାରିଛନ୍ତି, ଓଡ଼ିଆ ସାହିତ୍ୟ ସେତେ ପ୍ରସିଦ୍ଧି ଲାଭ କରିନାହିଁ। ତେବେ ଆଜିର ଯୁବପିଢ଼ି ପୁଣି ଓଡ଼ିଆ ସାହିତ୍ୟକୁ ଫେରୁଥିବାରୁ ଏହାର ଭବିଷ୍ୟତ ଉଜ୍ଜ୍ବଳ। ଭୁବନେଶ୍ବର କ୍ଲବ୍‌ରେ ଆୟୋଜିତ ଟାଟା ଷ୍ଟିଲ ଭୁବନେଶ୍ବର ସାହିତ୍ୟ ଉତ୍ସବ‌‌ରେ ‘ଓଡ଼ିଆ ଦର୍ପଣ’ ଶୀର୍ଷକ ଆଲୋଚନାରେ ଏଭଳି ମତପ୍ରକାଶ ପାଇଛି।

ଗାଳ୍ପିକ ପାରମିତା ଶତପଥୀ କହିଥିଲେ, ଲେଖିବା ଏକ ବିଳାସ ନୁହେଁ, ବରଂ ଏକ ନିରୋଳା ଯାତ୍ରା। ସାମାଜିକ ସମସ୍ୟାକୁ କଳାତ୍ମକ ଭାବରେ ଉପସ୍ଥାପନ କରେ ଗାଳ୍ପିକ। ପଢ଼ା ନଗଲେ ଏହାର ଗୁରୁତ୍ବ ହ୍ରାସ ପାଏ। ଅନେକ ସମୟରେ ଅନୁଭବ ହୁଏ, ପାଠକଙ୍କ ପାଖକୁ ସାହିତ୍ୟ ପହଞ୍ଚିପାରୁ ନାହିଁ। ପୁଣି କେତେ‌‌‌‌ବେଳେ ପାଠକ ଅଭିଯୋଗ କରନ୍ତି ଯେ ସେମାନଙ୍କ ପାଇଁ ମନମୁତାବକ ସାହିତ୍ୟ ସୃଷ୍ଟି ହେଉନାହିଁ। ସମାଜରେ କମ୍‌ ଆଲୋଚନା ହେଉଥିବା ଅଣସ୍ବୀକୃତିପ୍ରାପ୍ତ ଚରିତ୍ରଙ୍କୁ ଉପଯୁକ୍ତ ଭାବେ ଉପସ୍ଥାପନ କଲେ, ତା’ର ଲୋକପ୍ରିୟତା କେଉଁ ସ୍ତରରେ ପହଞ୍ଚି ଯାଏ; ମହାଭାରତର ରାଧା-କୃଷ୍ଣଙ୍କ ଚରିତ୍ର ତା’ର ଉଦାହରଣ।

ଅନୁବାଦକ ମୋନାଲିସା ଜେନା କହିଥିଲେ, ଓଡ଼ିଆ ଭାଷା ସମୃଦ୍ଧ କିନ୍ତୁ ଏହା କେବଳ ନିର୍ଦ୍ଦିଷ୍ଟ ଭୌଗୋଳିକ ପରିଧିରେ ସୀମିତ ରହିଯାଇଛି। ସାହିତ୍ୟିକଙ୍କ ମଧ୍ୟରେ ବନ୍ଧୁତାର ଅଭାବ ଏହାର ମୁଖ୍ୟ କାରଣ। ଏହାକୁ ଦୂର କରିପାରିଲେ ସାହିତ୍ୟର ଆହୁରି ପ୍ରଚାରପ୍ରସାର ହୋଇ ପାରିବ। ଅନୁବାଦ ଜରିଆରେ ନୂତନପିଢ଼ି ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସାହିତ୍ୟ ସମ୍ପର୍କରେ ଜାଣି ପାରୁଛନ୍ତି। ଓଡ଼ିଆ ଦର୍ପଣରେ ଜୀବନୀ ଶକ୍ତିର ଅଭାବ ରହିଥିବା ସେ ମତ ଦେଇଛନ୍ତି। ଆଲୋଚନାକୁ କବି ଶକ୍ତି ମହାନ୍ତି ପରିଚାଳନା କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।