ରାଜ୍ୟ

ଟାଙ୍ଗରପାଲି ଏଇଇଙ୍କ ନାମରେ ସାଂଘାତିକ ଅଭିଯୋଗ: ରୋଷେଇ କରିବାକୁ ଡାକି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ସୁନ୍ଦରଗଡ଼: ଟାଙ୍ଗରପାଲି ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଉମେଶ ନାଏକଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ବ୍ଲକ୍ ପରିସରରେ ଥିବା ସରକାରୀ ନିବାସରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟା ୭ଟାରେ ଏଇଇ ଶ୍ରୀ ନାଏକ ମହିଳାଙ୍କୁ ରୋଷେଇ କରିଦେବାକୁ ଡାକି ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଗତକାଲି ରାତିରେ ଲେଫ୍ରପଡ଼ା ଥାନାକୁ ଯାଇ ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମହିଳାଙ୍କ ଲିଖିତ ଅଭିଯୋଗ ଅନୁସାରେ ତାଙ୍କୁ ଯନ୍ତ୍ରୀ ଡାକିବା ପରେ ସେ ନିବାସକୁ ଯାଇଥିଲେ। ରୋଷଘରେ ପଶିବା ପରେ ଯନ୍ତ୍ରୀ ହଠାତ ତାଙ୍କୁ ଟଣାଓଟରା କରି ଦୁଷ୍କର୍ମ ଉଦ୍ୟମ କରିଥିଲେ।

ମହିଳା ଚିତ୍କାର କରିବା ସହ ତାଙ୍କୁ ଧକ୍କା ମାରି କାନ୍ଦି କାନ୍ଦି ବାହାରକୁ ଚାଲି ଆସିଥିଲେ। ମହିଳାଙ୍କ ଚିତ୍କାର ଶୁଣି ସେଠାରେ ଲୋକ ରୁଣ୍ଡ ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ ଶୁଣିବା ପରେ ଏଇଇଙ୍କୁ ଡାକିଥିଲେ। କିନ୍ତୁ ଏଇଇ ଭୟରେ ଘର ଭିତର ପଟୁ ତାଲା ମାରି ରହି ଯାଇଥିଲେ। ଏ ସମ୍ପର୍କରେ ମତାମତ ନେବାକୁ ଏଇଇଙ୍କୁ ମୋବାଇଲ ଫୋନରେ ବାରମ୍ବାର ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ କଲ୍ ଉଠାଇ ନଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।