ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ନିଖୋଜ: ୭୦-୯୬ ଘଣ୍ଟାର ଅମ୍ଳଜାନ ଥାଇପାରେ

ନୂଆଦିଲ୍ଲୀ: ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଏକ ଛୋଟ ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ଗତ ରବିବାରଠାରୁ ନିଖୋଜ ହୋଇଯାଇଛି। ଏଥିରେ ଜଣେ ପାଇଲଟ ଓ ୪ ଜଣ ‘ମିସନ ସ୍ପେସାଲିଷ୍ଟ’ଙ୍କ ସହ ୫ ଜଣ ଲୋକ ଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଉଦ୍ଧାରକାରୀମାନେ ଜାଣିଛନ୍ତି ଯେ, ସେମାନଙ୍କୁ ସମୟ ବିରୋଧରେ ଦୌଡ଼ିବାକୁ ପଡ଼ୁଛି କାରଣ ବୁଡ଼ାଜାହାଜରେ ଯେତିକି ଅମ୍ଳଜାନ ଅଛି ତାହା ବ୍ୟବହାର କରି ସେଥିରେ ଥିବା ଲୋକମାନେ ୭୦ରୁ ୯୬ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିଯାଇପାରିବେ। ଅଧିକ ଡେରି ହେଲେ ସେମାନଙ୍କ ଜୀବନରକ୍ଷା ସମ୍ଭବ ହୋଇପାରିବ ନାହିଁ। ୨୧ ଫୁଟ୍‌ର ବୁଡ଼ାଜାହାଜରେ ସର୍ବାଧିକ ଚାରିଦିନ ଅମ୍ଳଜାନ ଯୋଗାଇବାର କ୍ଷମତା ରହିଛି ବୋଲି ଉଦ୍ଧାରକାରୀ ଦଳର ମୁଖ୍ୟ କହିଛନ୍ତି। ଜାହାଜ କର୍ମଚାରୀ ତଥା ଆମେରିକା ଓ କାନାଡ଼ାର ତଟରକ୍ଷୀମାନେ କେପ୍ କଡ୍‌ର ୯୦୦ ମାଇଲ ଦୂର ସମୁଦ୍ର ଭିତରେ ଖୋଜାଖୋଜି କରୁଛନ୍ତି। ୧୩,୦୦୦ ଫୁଟ୍ ଗଭୀର ସମୁଦ୍ର ତଳୁ କିଛି ଶବ୍ଦ ଶୁଣିବା ପାଇଁ ସେମାନେ ସୋନାର ପ୍ରଯୁକ୍ତି ବ୍ୟବହାର କରୁଛନ୍ତି।

ଉକ୍ତ ୫ ଜଣ ଲୋକଙ୍କ ଭିତରେ ଜଣେ ବ୍ରିଟିସ ଅର୍ବୁଦପତି ହାମିସ ହାର୍ଡିଂ ଅଛନ୍ତି। ସେ ଜଣେ ଉଦ୍ୟୋଗପତି ଓ ନିବେଶକ। ସେମାନେ ବଞ୍ଚିରହିବା ପାଇଁ ଆବଶ୍ୟକ ଅମ୍ଳଜାନ ସରିସରି ଆସୁଛି। ସମୁଦ୍ରରେ ଏକଦା ବୁଡ଼ିଯାଇଥିବା ଟାଇଟାନିକ୍‌କୁ ଦେଖିବାକୁ ପାଇଁ ସେମାନେ ଛୋଟ ବୁଡ଼ାଜାହାଜରେ ଯାଇଥିଲେ। ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ାଜାହାଜଟି ନିଖୋଜ ହୋଇଯାଇଥିଲା। ଗଭୀର ସମୁଦ୍ରକୁ ଦୁଃସାହସିକ ଯାତ୍ରାରେ ‌ପର୍ଯ୍ୟଟକଙ୍କୁ ନେଉଥିବା ଓସେନଗେଟ୍‌ ଏକ୍ସପେଡିସନ୍ସ କମ୍ପାନି ହେଉଛି ନିଖୋଜ ବୁଡ଼ାଜାହାଜର ମାଲିକ। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ତେବେ ନିଖୋଜ ଲୋକମାନଙ୍କର ଠିକ୍ ସଂଖ୍ୟା କମ୍ପାନି କହିପାରୁନି। ୧୯୧୨ ମସିହାରେ ଆଟଲାଣ୍ଟିକ୍ ମହାସାଗରରେ ଟାଇଟାଇନିକ୍ ବୁଡ଼ିଯାଇଥିଲା। ଏଥିରେ ୧୫୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ବୁଡ଼ିଯାଇଥିବା ଜାହାଜଟିକୁ ୧୯୮୫ ମସିହାରେ ଆବିଷ୍କାର କରାଯାଇଥିଲା। ତା’ପରଠାରୁ ଏହାକୁ ଦେଖିବା ପାଇଁ ଦୁଃସାହସିକ ସମୁଦ୍ର ଯାତ୍ରାରେ ଲୋକମାନେ ଯାଉଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ